ଭୁବନେଶ୍ୱର : ଓଡ଼ିଶା ପ୍ରଶାସନିକ ସେବା ( ଓଏଏସ୍)-୨୦୧୭ ବର୍ଷ ପରୀକ୍ଷା ଫଳ ପ୍ରକାଶ ପାଇଛି । ଲିଖିତ ଓ ମୌଖିକ ପରୀକ୍ଷା ଆଧାରରେ ୧୦୬ଜଣ ଯୋଗ୍ୟ ବିବେଚିତ ହୋଇଛନ୍ତି । ପରୀକ୍ଷାର୍ଥୀଙ୍କୁ କ୍ୟାଟେଗୋରୀ ୧-୨ ସେବା ପାଇଁ ବିବେଚିତ ହୋଇଛନ୍ତି । ଏହି ପରିକ୍ଷାରେ ଆୟୁଷୀ ମହାପାତ୍ର ଟପ୍ପର ହୋଇଥିବା ବେଳେ ସଂଜିତା ମହାପାତ୍ର ଦ୍ୱିତୀୟ ଓ ପୁନମ୍ ମହାପାତ୍ର ତୃତୀୟ ସ୍ଥାନରେ ରହିଛନ୍ତି । ପ୍ରଥମ ୧୦ ଜଣଙ୍କ ମଧ୍ୟରେ ୫ ଜଣ ମହିଳା ଅଛନ୍ତି । ଯେଗ୍ୟ ବିବେଚିତ ହୋଇଥିବା ୧୦୬ ଜଣ ପରୀକ୍ଷାର୍ଥୀଙ୍କ ମଡ଼୍ରେ ୪୨ ଜଣ ମହିଳା ରହିଛନ୍ତି ।