Home ରାଜ୍ୟ ପୋଲିସ ଆଖିରେ ଧୂଳି ଦେଇ ଖସିଗଲେ ଦୁର୍ବୃତ୍ତ ,ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଜବତ !

ପୋଲିସ ଆଖିରେ ଧୂଳି ଦେଇ ଖସିଗଲେ ଦୁର୍ବୃତ୍ତ ,ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଜବତ !


ଗଞ୍ଜାମ ; ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ଥାନା ବିଗୁନିଆ ଗ୍ରାମ ନିକଟସ୍ଥ ପଂଚୁପାଣ୍ଡବ ପାହାଡରେ ପୋଲିସ,ଦୁର୍ବୁତ୍ତଙ୍କ ମଧ୍ୟରେ ମୁହାଁମୁହିଁ ହୋଇଥିଲା । ଦୁର୍ବୁତ୍ତମାନେ ପୋଲିସ ଉପରକୁ ଗୁଳି ଚାଳନା କରିବା ସହିତ ବୋମା ପକାଇ ସେଠାରୁ ଚମ୍ପଟ ମାରିଥିଲେ। ତେବେ ଘଟଣାସ୍ଥଳରୁ ୩ କେଜି ୭୭ଗ୍ରାମ ସୁନା ଏବଂ ୬କେଜି ୭୦୦ଗ୍ରାମ ରୂପା ଅଳଙ୍କାର ଜବତ କରିଛି ପୋଲିସ । ତା ସହିତ ଦୁର୍ବୁତ ମାନେ ବ୍ୟବହାର କରୁଥିବା ଦୁଇଟି ମାଉଜର, ତିନୋଟି ଜୀବନ୍ତ ଗୁଳି,ଖଣ୍ଡା,ଭୁଜାଲି,ବୋମା ତିଆରି ସରଞ୍ଜାମ ଜବତ କରିଛି ପୋଲିସ। ତେବେ ଖସିଯାଇଥିବା ଦୁର୍ବୁତ୍ତ ମାନଙ୍କୁ ଅତିଶୀଘ୍ର ଗିରଫ କରାଯିବ ବୋଲି ଏସଡିପିଓ କହିଛନ୍ତି।
ସୂଚନାନୁସାରେ,ଗତ ୨୫ ତାରିଖରେ ପୋଲିସ ଏନକାଉଣ୍ଟର ବାବୁ ନାୟକ ର ମୃତ୍ୟୁ ପରେ ତାର ସହଯୋଗୀ ତପନ ଜେନା କୁ ପୋଲିସ ଗିରଫ କରିଥିଲା । ବାବୁର ମୃତ୍ୟୁ ପରେ ତାଙ୍କ ସହଯୋଗୀମାନେ ବେଗୁନିଆପଡ଼ା ଜଙ୍ଗଲରେ ଆଡ୍ଡା ଜମାଇଥିବାବେଳେ,ମାଣିତରା ବ୍ୟାଙ୍କ ଡକାୟତିରେ ବାବୁ ପାଖରେ ଥିବା ସୁନା ଅଳଙ୍କାର ପଂଚୁପାଣ୍ଡବ ଜଙ୍ଗଲରେ ପୋତିରଖିଥିଲେ। ତେବେ ଗତକାଲି ଅପରାହ୍ନରେ କୌଣସି ସୂତ୍ରରୁ ଖବର ପାଇ ଜଗନ୍ନାଥପ୍ରସାଦ ଥାନା ପୁଲିସର ଏକ ଟିମ୍ ଉକ୍ତ ଜଙ୍ଗଲରେ ଥିବା ପାହାଡ଼ ଉପରେ ସର୍ଚ୍ଚ ଅପରେଶନ୍ କରିଥିଲା । ପୋଲିସକୁ ଦେଖି ବାବୁ ନାୟକ ସହଯୋଗୀ ମାନେ ପୋଲିସ ଉପରକୁ ବୋମା ପକାଇ ଚମ୍ପଟ ମାରିଥିଲେ। ରାତିସାରା ପୁଲିସ ଉକ୍ତ ଜଙ୍ଗଲରେ ସର୍ଚ୍ଚ ଅପରେଶନ୍ କରି ବହୁ ମାରଣାସ୍ତ୍ର, ବିସ୍ଫୋରକ ସମେତ ବହୁମୂଲ୍ୟର ଅଳଙ୍କାର ଜବତ କରିଥିଲା।