Home ଦେଶ- ବିଦେଶ ପୁଲିସ୍ ପଞ୍ଝାରେ ଚରସ ବେପାରୀ !

ପୁଲିସ୍ ପଞ୍ଝାରେ ଚରସ ବେପାରୀ !

319


ମୁମ୍ବାଇ : ମହାରାଷ୍ଟ୍ରରେ ୫୮ ବର୍ଷିୟ ଜଣେ ଯୁବକ ପାଖରୁ ଜବତ ହୋଇଛି ୧୧କେଜିର ଚରସ । ଯାହାର ମୂଲ୍ୟ ପାଖାପାଖି ୨୨ଲକ୍ଷ ଟଙ୍କା ହେବ । ନିଶାଦ୍ରବ୍ୟ ବେପାରୀଙ୍କ ନାମ ଅଜିମୁଦ୍ଦୀନ ଅହମଦ ଅନସାରୀ, ଘର ବିହାରର ସିବାନ ଜିଲ୍ଲାରେ । ବିଶେଷ ଶୁତ୍ରରୁ ସୂଚନା ପାଇ ମୁମ୍ବାଇ ଠାଣେ ପୁଲିସ୍ ଗତ ଶନିବାର କଲ୍ୟାଣ ସହରରୁ ଅନସାରୀଙ୍କୁ ଗିରଫ କରାଯାଇଥିଲା । ସେ ଏହି ନିଶାଦ୍ରବ୍ୟକୁ ବିକ୍ରି କରିବା ପାଇଁ ନେପାଳରୁ ଆଣିଥିଲେ । ଏହି ଖବରଟି ଠାଣେ ପୁଲିସ୍ ଷ୍ଟେସନର ପ୍ରବକ୍ତା ସୁଖଦା ନାରକର ସୂଚନା ଦେଇଛନ୍ତି ।