Home ରାଜ୍ୟ ପୁଣି ରାଜ୍ୟକୁ ଫେରିଲା ଅଣ୍ଡ ଫିଙ୍ଗା ଫର୍ମୁଲା; ମନ୍ତ୍ରୀ ମହାରଥୀଙ୍କ ପୀଡ଼ିତା ବୟାନ ନେଇ ଅଣ୍ଡା...

ପୁଣି ରାଜ୍ୟକୁ ଫେରିଲା ଅଣ୍ଡ ଫିଙ୍ଗା ଫର୍ମୁଲା; ମନ୍ତ୍ରୀ ମହାରଥୀଙ୍କ ପୀଡ଼ିତା ବୟାନ ନେଇ ଅଣ୍ଡା ଫିଙ୍ଗିଲା ମହିଳା କଂଗ୍ରେସ !

275


ଭୁବନେଶ୍ୱର: ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ବିବାଦିୟ ମନ୍ତବ୍ୟ ଏବେ ମହଙ୍ଗା ପଡ଼ିଛି । ଆଜି ମହିଳା କଂଗ୍ରେସ ପକ୍ଷରୁ ମହାରଥୀଙ୍କ ଘର ଉପରକୁ ପଚା ଟମାଟୋ ଓ ଅଣ୍ଡାମାଡ଼ କରିଛି । ଏହା ସହ ଆନ୍ଦୋଳନକାରୀ ମହିଳାମାନେ ଛାଞ୍ଚୁଣୀ ଧରି ଆନ୍ଦୋଳନ କରୁଥିବା ଦେଖିବାକୁ ମିଳିଥିଲା । ଏହି ସମୟରେ ଆନ୍ଦୋଳନକାରୀ ଓ ପୋଲିସ ମଧ୍ୟରେ ଧସ୍ତାଧସ୍ତି ହେବା ସମୟରେ ମହିଳାମାନେ ମହାରଥୀଙ୍କ ସରକାରୀ ବାସଭବନ ଆଣ୍ଡା ଓ ଟମାଟୋ ପିଙ୍ଗିଥିଲେ । ସୂଚନାଅନୁଯାୟୀ ପିପିଲି ଗଣ ଦୁଷ୍କର୍ମ ଘଟଣାରେ କୋର୍ଟର ରାୟ ପରେ ମନ୍ତ୍ରୀ ମହାରଥୀ ଭିନ୍ନ ଢଙ୍ଗରେ ନିଜର ପ୍ରତିକ୍ରିୟା ରଖିଥିଲେ ଗଣମାଧ୍ୟମ ଆଗରେ । ୨ ଅଭିଯୁକ୍ତ ପ୍ରମାଣ ଅଭାବରୁ ଖଲାସ ହେବା ପରେ ମନ୍ତ୍ରୀ କହିଥିଲେ ବାସ୍ତବ୍ୟ ନ୍ୟାୟର ଜୟ ହୋଇଛି । ଯାହା ରାଜ୍ୟ ବୁଦ୍ଧିଜୀବୀ ଜନଗଣଙ୍କୁ ଶୋଇବା ନିଦରୁ ଉଠାଇ ଦେଇଛି । ଏଭଳି ପ୍ରତିକ୍ରିୟା ପାଇଁ ଯଦି ମନ୍ତ୍ରୀ କ୍ଷମା ପ୍ରାର୍ଥନା ଓ ମନ୍ତ୍ରୀ ପଦରୁ ଇସ୍ତଫା ନଦିଅନ୍ତି ତେବେ ଆନ୍ଦୋଳନଙ୍କୁ ସାରା ରାଜ୍ୟକୁ ବ୍ୟାପିବା ନେଇ ସରକାରଙ୍କୁ ଚେତାବନୀ ଦେଇଛନ୍ତି । ଅନ୍ୟପଟେ ରାଜ୍ୟ ବିଜେପି ମହିଳା ମୋର୍ଚ୍ଚା ପ୍ରେସମିଟ୍ କରି ସରକାରଙ୍କୁ ଚେତାବନୀ ଦେଇଛି । ୨୪ ଘଂଟା ମଧ୍ୟରେ ଯଦି ମନ୍ତ୍ରୀ ଇସ୍ତଫା ନଦିଅନ୍ତି ତେବେ ଆନ୍ଦୋଳନକୁ ଓଲ୍ଲାଇବା ନେଇ ଚେତାବନୀ ଦେଇଛି ।