Home ରାଜ୍ୟ ପୁଣି ମାରିଦେଲା ଯୌତୁକ ପ୍ରଥା,ଗ୍ରାମସଭାରେ ବାରମ୍ବାର ସମାଧାନ ପରେ ମଧ୍ୟ ନବ ବଧୂକୁ ହତ୍ୟା ।

ପୁଣି ମାରିଦେଲା ଯୌତୁକ ପ୍ରଥା,ଗ୍ରାମସଭାରେ ବାରମ୍ବାର ସମାଧାନ ପରେ ମଧ୍ୟ ନବ ବଧୂକୁ ହତ୍ୟା ।

ଭଦ୍ରକ ; ପୁଣି ମାରିଦେଲା ଯୌତୁକ ପ୍ରଥା । ଭଦ୍ରକ ଜିଲ୍ଲା ଧୂସୁରୀ ଥାନା ଅନ୍ତର୍ଗତ ଆରଡ଼ି ଗ୍ରାମରୁ ଆସିଛି ବଧୂହତ୍ୟା ଅଭିଯୋଗ ।
ଗାଁ ଦାଣ୍ଡରେ ବାହୁନୀ କାନ୍ଦୁଛି ମା..କୋହଭରା କଣ୍ଟରେ କହୁଛି ମୋ ଝିଅକୁ ଟଙ୍କା ପାଇଁ ମାରିଦେଲେ….ଏପରି ହୃଦୟବିଦାରକ ଦୃଶ୍ୟ ଦେଖିବାକୁ ମିଳିଥିଲା ଭଦ୍ରକ ଜିଲ୍ଲା ଧୂସୁରୀ ଥାନା ଅନ୍ତର୍ଗତ ଆରଡ଼ି ଗ୍ରାମରେ ।
ସୂଚନାନୁସାରେ, ଯାଜପୁର ମଙ୍ଗଳପୁର ଥାନା ଅନ୍ତର୍ଗତ ଚନ୍ଦକୁଡ଼ା ଗ୍ରାମର ନିରୋଦ କୁମାର ଦାସଙ୍କ ସାନ ଝିଅ ଧରିତ୍ରୀ ଦାସ ଭଦ୍ରକ ଆରଡ଼ି ଅଞ୍ଚଳର ବିଭିଶଣ ପଣ୍ଡାଙ୍କ ପୁଅ ବୈଲୋଚନ ପଣ୍ଡାଙ୍କୁ ୨ ବର୍ଷ ପୂର୍ବେ ବୈଦିକ ରୀତିରେ ବିବାହ କରିଥିଲେ । ବାହାଘର ପରଠାରୁ ଶାଶୁଘର ଲୋକ ଧରିତ୍ରୀଙ୍କୁ ଅନେକ ସମୟରେ ଯୌତୁକ ପାଇଁ ବିଭିନ୍ନ ପ୍ରକାରର ଶାରୀରିକ ମାନସିକ ଯନ୍ତ୍ରଣା ଦେଉଥିଲେ । ଯୌତୁକ ବାବଦକୁ ଲକ୍ଷାଧିକ ଟଙ୍କା ଦାବି କରି ଝିଅ ପ୍ରତି ଅତ୍ୟାଚାର କରୁଥିଲେ । ଯାହାକୁ ନେଇ ଗ୍ରାମସଭାରେ ସମାଧାନ ହେଉଥିଲେ ମଧ୍ୟ ଶାଶୂ ଘର ଲୋକଙ୍କ ଉପରେ କିଛି ପ୍ରଭାବ ପଡିନଥିଲା । କିନ୍ତୁ ଗତକାଲି ଶାଶୁଘର ଲୋକ ମିଶି ଝିଅକୁ ମାରିଦେଇଥିବା ଧୂସୁରୀ ଥାନାରେ ଅଭିଯୋଗ ଆଣିଛନ୍ତି ପରିବାର ଲୋକ । ତେବେ ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ମହିଳାଙ୍କ ଶବ ବ୍ୟବଚ୍ଛେଦ ପାଇଁ ମେଡିକାଲକୁ ପଠେଇବା ସହ ଘଟଣାର ତଦନ୍ତ ଜାରି ରଖିଛି ।ସେପଟେ ଏନେଇ ମୃତ ମହିଳାଙ୍କ ଶାଶୁଘର ଲୋକେ କିଛି କହିନଥିବା ସୂଚନା ମିଳିଛି ।