Home ରାଜ୍ୟ ପୁଣି ଭିଜିଲାନ୍ସ ଜାଲରେ ସରକାରୀ ବାବୁ ; ପୋଲିସ ହାଉସିଂ ବୋର୍ଡର ଡେପୁଟି ମ୍ୟାନେଜରଙ୍କ...

ପୁଣି ଭିଜିଲାନ୍ସ ଜାଲରେ ସରକାରୀ ବାବୁ ; ପୋଲିସ ହାଉସିଂ ବୋର୍ଡର ଡେପୁଟି ମ୍ୟାନେଜରଙ୍କ ଘରେ ଚଢାଉ!


ଭୁବନେଶ୍ୱର ; ଗତକାଲି ଜଣେ ସରକାରୀ ଶିକ୍ଷକ ଭିଜିଲାନ୍ସ ହାତରେ ଧରାପଡିôତବା ବେଳେ ଆଜି ପୁଣି ଜଣେ ସରକାରୀ ବାବୁ ବି ଭିଜିଲାନ୍ସ ଜାଲରେ ଫସିଯାଇଛନ୍ତି । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ କଳାହାଣ୍ଡି ପୋଲିସ ହାଉସିଂ ବୋର୍ଡ ଡେପୁଟି ମ୍ୟନେଜର ମଙ୍ଗୁଳି ଚରଣ ବେହେରାଙ୍କ ଘରେ ଚଢାଉ କରିଛି ଭିଜିଲାନ୍ସ ଟିମ୍ । ଚଢାଉ ସମୟରେ ଅଧିକାରୀମାନେ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଛନ୍ତି ।
ସୂଚନା ଅନୁସାରେ ଭିଜିଲାନ୍ସର ଚାରୋଟି ଟିମ୍ ମଙ୍ଗୁଳି ବେହେରାଙ୍କ ନିଜଘର ନିଶ୍ଚିନ୍ତକୋଇଲି ଏବଂ ଭୁବନେଶ୍ୱର ଜାଗମରାଠାରେ ଥିବା ଘର ଓ ଭାବଣିପାଟଣା ଶମ୍ଭୁ ନଗରର ଭଡା ଘର ସମେତ ଅଫିସ ଓ ଶଶୁର ଘର ଓ ଅନ୍ୟାନ୍ୟ ଜାଗାରେ ଏକକାଳୀନ ଚଢାଉ କରିଛନ୍ତି ।