Home ରାଜ୍ୟ ପୁଣି ବ୍ୟାଙ୍କ ଧର୍ମଘଟ ; ୩ଟି ବ୍ୟାଙ୍କର ମିଶ୍ରଣକୁ ବିରୋଧ କରି ଧର୍ମଘଟରେ ବସିଲେ କର୍ମଚାରୀ...

ପୁଣି ବ୍ୟାଙ୍କ ଧର୍ମଘଟ ; ୩ଟି ବ୍ୟାଙ୍କର ମିଶ୍ରଣକୁ ବିରୋଧ କରି ଧର୍ମଘଟରେ ବସିଲେ କର୍ମଚାରୀ !


ଭୁବନେଶ୍ୱର ; ଆଜି ପୁଣି ବ୍ୟାଙ୍କ ଧର୍ମଘଟ । ୟୁନାଇଟେଡ ଫୋରମ୍ ଅଫ୍ ବ୍ୟାଙ୍କ ୟୁନିୟନ୍ସର ଡାକରାରେ ବ୍ୟାଙ୍କ ଅଧିକାରୀ ଓ କର୍ମଚାରୀମାନେ ଦେଶବ୍ୟାପୀ ବ୍ୟାଙ୍କ ଧର୍ମଘଟରେ ସାମିଲ ହୋଇଛନ୍ତି । ତିନି ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଦେନା ବ୍ୟାଙ୍କ ସହିତ ବ୍ୟାଙ୍କ ଅଫ୍ ବରୋଦା ଓ ବିଜୟା ବ୍ୟାଙ୍କର ମିଶ୍ରଣକୁ ବିରୋଧ କରି ବ୍ୟାଙ୍କ କର୍ମଚାରୀ ସଂଘର ମିଳିତ ପକ୍ଷରୁ ଦିନିକିଆ ଦେଶବ୍ୟାପି ବ୍ୟାଙ୍କ ବନ୍ଦ୍ ଡାକରା ଦିଆଯାଇଛି ।
ଏହି ଧର୍ମଘଟରେ ୨୧ଟି ସରକାରୀ ବ୍ୟାଙ୍କ ସମେତ ୧୨ଟି ଘରୋଇ ବ୍ୟାଙ୍କ ମଧ୍ୟ ସାମିଲ ହେବେ । ତେବେ ଏଚଡିଏଫସି, ଆଇସିଆଇସିଆଇ, ଏକ୍ସିସ ଭଳି କେତୋଟି ଘରୋଇ ବ୍ୟାଙ୍କ ଆଜିର ଧର୍ମଘଟରେ ସାମିଲ ହେବେ ନାହିଁ ବୋଲି କୁହାଯାଉଛି ।
ଗତ ୨୧ ତାରିଖରେ ଏଆଇବିଓସି ଆହ୍ୱାନରେ ଦେଶବ୍ୟାପି ବ୍ୟାଙ୍କ ଧର୍ମଘଟ ହୋଇଥିଲା । ବେତନ ସଂଶୋଧନ ସମେତ ଅନ୍ୟାନ୍ୟ ଦାବି ପୂରଣ ପାଇଁ ଏମାନେ ଧର୍ମଘଟକୁ ଓହ୍ଲାଇଥିଲେ । ଏହାପରେ ୨୨ ଓ ୨୩ ତାରିଖରେ ବ୍ୟାଙ୍କ ଛୁଟି ରହିଥିବାବେଳେ ୨୪ତାରିଖରେ ଗୋଟିଏ ଦିନ ପାଇଁ ବ୍ୟାଙ୍କ ଖୋଲିଥିଲା । କିନ୍ତୁ ୨୫ତାରିଖରେ ବଡ ଦିନ ପାଇଁ ବ୍ୟାଙ୍କ ଛୁଟିଥିବାବେଳେ ୨୬ତାରିଖରେ ଆଜି ବ୍ୟାଙ୍କ ଧର୍ମଘଟ ବ୍ୟାଙ୍କ ସେବାକୁ ପ୍ରଭାବିତ କରିଛି । ଫଳରେ ଗ୍ରାହକମାନଙ୍କୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଛି । ତେବେ ସରକାରୀ ବ୍ୟାଙ୍କ ଗୁଡ଼ିକ ଯଦିଓ ଆଜି ବନ୍ଦ ରହୁଛି ଘରୋଇ ବ୍ୟାଙ୍କ ଗୁଡ଼ିକ ଖୋଲାଯାଉଛି।