Home ରାଜ୍ୟ ପୁଣି ବିପଦରେ ରୋଗୀ ସେବା; ୧୦୮ ଆମ୍ବୁଲାନ୍ସ ଗଛରେ ପିଟିଲା, ରୋଗୀ ଓ ଜଣେ କର୍ମଚାରୀ...

ପୁଣି ବିପଦରେ ରୋଗୀ ସେବା; ୧୦୮ ଆମ୍ବୁଲାନ୍ସ ଗଛରେ ପିଟିଲା, ରୋଗୀ ଓ ଜଣେ କର୍ମଚାରୀ ମୃତ !


ସୋର: ପୁଣି ବିପଦରେ ରୋଗୀ ସେବା । ଭଦ୍ରକ ଚାନ୍ଦବାଲି ଚନନ୍ଦପୁର ଛକ ନିକଟରେ ୧୦୮ ଆମ୍ବୁଲାନ୍ସ ଦୁର୍ଘଟଣା ହୋଇଛି । ଏହି ଦୁର୍ଘଟଣାରେ ଜଣେ ରୋଗୀଙ୍କ ସହ ଜଣେ ୧୦୮ କର୍ମଚାରୀଙ୍କ ମୃତ୍ୟୁ ହୋଇଛି । ଗତକାଲି ଚାନ୍ଦବାଲିରୁ ରୋଗୀ ନେଇ ୧୦୮ ଆମ୍ବୁଲାନ୍ସ ଭଦ୍ରକ ମୁଖ୍ୟ ଚିକିତ୍ସାଳୟକୁ ଯାଇଥିବା ସମୟରେ ଭାରସାମ୍ୟ ହରାଇ ଏକ ବରଗଛରେ ପିଟି ହୋଇଥିଲା । ଯାହାଫଳରେ ଘଟଣାସ୍ଥଳରେ ଜଣେ ରୋଗୀ ସମେତ ଜଣେ ଆମ୍ବୁଲାନ୍ସ କର୍ମଚାରୀଙ୍କ ମୃତ୍ୟୁ ହୋଇଛି । ଖବରପାଇଁ ଚାନ୍ଦବାଲି ପୋଲିସ ଘଯଣାସ୍ଥଳରେ ପହଂଚି ଆହତମାନଙ୍କୁ ଚରନ୍ଦବାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇବା ସହ ମୃତ ଦେହକୁ ବ୍ୟବଚ୍ଛେଦ୍ ପାଇଁ ପଠାଇଛି । ମୃତକ ରୋଗୀ ହେଉଛନ୍ତି ଓରାସାହି ପଂଚାୟତର କାଣ୍ଡଗରଡ଼ି ଗାଁର ଉପେନ୍ଦ୍ର କୁମାର ସାହୁ ଓ ଆମ୍ବୁଲାନ୍ସ କର୍ମଚାରୀ ପ୍ରମୋଦ ପରିଡ଼ା । ତେବେ ଘଟଣାସ୍ଥଳରେ ଆମ୍ବୁଲାନ୍ସ ଚାଳକ ଫେରାର ହୋଇଥିବା ବେଳେ ଅଭିଯୁକ୍ତ ଡ଼୍ରାଇଭରକୁ ପୋଲିସ ଖୋଜୁଥିବା ଶୁଣିବାକୁ ମିଳୁଛି ।