Home ରାଜ୍ୟ ପୁଣି ପୂର୍ବଶତ୍ରୁତାରୁ ବୋମାମାଡ, ଦୁର୍ବୃତ୍ତ ଫେରାର, ପୋଲିସର ତଦନ୍ତ ଜୋରଦାର !

ପୁଣି ପୂର୍ବଶତ୍ରୁତାରୁ ବୋମାମାଡ, ଦୁର୍ବୃତ୍ତ ଫେରାର, ପୋଲିସର ତଦନ୍ତ ଜୋରଦାର !


ଖୋର୍ଦ୍ଧା: ପୁଣି ପୂର୍ବଶତ୍ରୁତାରୁ ବୋମାମାଡ଼ । ଗତକାଲି ବିଳମ୍ବିତ ରାତିରେ ଖୋର୍ଦ୍ଧା ଗୁରୁଜଙ୍ଗର ୧୮ ନମ୍ବର ୱାର୍ଡ଼ରେ ଦୁର୍ବୃତମାନେ ବୋମା ଫିଙ୍ଗିଛନ୍ତି । ପୂର୍ବଶତ୍ରୁତାରୁ ପ୍ରକାଶ ରାଉତରାୟଙ୍କ ଘର ଉପରକୁ ଦୁର୍ବୃତମାନେ ୩ଟି ବୋମାମାଡ଼ କରି ଫେରାର ହୋଇଯାଇନ୍ତି । ପ୍ରାୟ ରାତି ୨ଟା୩୦ମିନିଟ୍ରେ ୪ ଜଣ ଦୁର୍ବୃତ ବାଇକରେ ଆସି ବୋମାମାଡ଼ କରିଥିବା ଥାନାରେ ଅଭିଯୋଗ ହୋଇଛନ୍ତି । ଯାହାକୁ ନେଇ ପୋଲିସ ତଦନ୍ତ ଜୋରଦାର କରିବାସହ ବୋମାଡ଼ର ଚିତ୍ର ସିସିଟିଭିରୁ ଯାଂଚ କରୁଛି । ଏହା ପୂର୍ବରୁ ବାଜପୁରରେ ମଧ୍ୟ ବୋମାମାଡ଼ ହୋଇଥିଲା ।