Home ରାଜ୍ୟ ପୁଣି ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାଇ ବେଞ୍ଚ ପ୍ରତିଷ୍ଠା ଦାବିରେ ଜୋର ଧରିଲା ଆନ୍ଦୋଳନ !

ପୁଣି ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାଇ ବେଞ୍ଚ ପ୍ରତିଷ୍ଠା ଦାବିରେ ଜୋର ଧରିଲା ଆନ୍ଦୋଳନ !


ପଶ୍ଚିମ ଓଡ଼ିଶା: ପୁଣି ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାଇ ବେଞ୍ଚ ପ୍ରତିଷ୍ଠା ଦାବିରେ ଜୋର ଧରିଲା ଆନ୍ଦୋଳନ । ତେବେ ମିଳିତ କ୍ରିୟାନୁଷ୍ଠାନ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଥିବା ବେଳେ କୋରାପୁଟ, ରାୟଗଡ଼ା, ନବରଙ୍ଗପୁର ଓ ମାଲକାନଗିରିରେ ୧୨ ଘଂଟିଆ ବନ୍ଦ ଡାକରା ଦିଆଯାଇଛି । ଏହି ବନ୍ଦ ଡାକରା ପ୍ରଭାବରେ ଜରୁରୀକାଳୀନ ସେବାକୁ ବାଦ ଦେଲେ, ଗାଡ଼ି ଚଳଚଳ , ଦୋକାନ ବଜାର ଓ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି । ଏହି ବନ୍ଦ ପାଳନ ସମସ୍ତ ଦିଗରୁ ସମର୍ଥନ ମିଳୁଥିବାରୁ ଆନ୍ଦୋଳନ ସଫଳ ହେବାକୁ ଯାଉଥିବା ଆନ୍ଦୋଳନକାରୀମାନେ ଯୁକ୍ତି ରଖିଛନ୍ତି । ଯଦି ସରକାର ତୁରନ୍ତ ଏହି ନ୍ୟାୟ ସଙ୍ଗତ୍ ଦାବିକୁ କାର୍ଯ୍ୟକାରୀ ନକରନ୍ତି ତେବେ ଆନ୍ଦୋଳନକୁ ଆହୁରୀ ବ୍ୟାପକ କରିବା ନେଇ ସରକାରଙ୍କୁ ଚେତାବନୀ ଦେଇଛନ୍ତି ।