Home ରାଜ୍ୟ ପୁଣି ଅସଲି ବ୍ରାଣ୍ଡରେ ନକଲି ଜର୍ଦ୍ଦା କାରଖାନା ଠାବ; ବିପୁଳ ପରିମାଣର ନକଲି ଜର୍ଦ୍ଦା ଜବତ,...

ପୁଣି ଅସଲି ବ୍ରାଣ୍ଡରେ ନକଲି ଜର୍ଦ୍ଦା କାରଖାନା ଠାବ; ବିପୁଳ ପରିମାଣର ନକଲି ଜର୍ଦ୍ଦା ଜବତ, ଅଭିଯୁକ୍ତ ଗିରଫ !


କେନ୍ଦ୍ରାପଡ଼ା: ପୁଣି ଅସଲି ବ୍ରାଣ୍ଡରେ ନକଲି ଜର୍ଦ୍ଦାର କାରଖାନା ଠାବ । କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ଥାନା ରାଜଗଡ଼ ଗାଁରେ ନକଲି ଜର୍ଦ୍ଦା କାରଖାନା ପୋଲିସ ରେଡ଼୍ କରିଛି । ଏପରି ନକଲି କାରଖାନା ବହୁଦିନରୁ ବେଆଇନ ଭାବେ ଚାଲୁଥିବା ନେଇ ପୋଲିସ ନିକଟରେ ଗ୍ରାମବାସୀ ଅଭିଯୋଗ କରିଥିଲେ । ଏହି ଅଭିଯୋଗକୁ ଆଧାର କରି ପୋଲିସ ଅଚାନକ ଚଢାଉକରି ବିପୁଳ ପରିମାଣର ନକଲି ଜର୍ଦ୍ଦାକୁ ଜବତ କରିଛି । ତେବେ ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତକୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି ।