Home ରାଜ୍ୟ ପିକନିକ୍ ହେଲା କାଳ !

ପିକନିକ୍ ହେଲା କାଳ !


ଖୋର୍ଦ୍ଧା : ଖୋର୍ଦ୍ଧା ଜିଲ୍ଲା ଗୋଡିପଡା ଟୋଲଗେଟ୍ ନିକଟରେ ଏକ ପିକନିକ୍ ବସ୍ ଦୁର୍ଘଟଣା ଗ୍ରସ୍ତ । ଏହି ପିକନିକ୍ ବସଟି ଭଦ୍ରକରୁ ଗଞ୍ଜାମର ତାରା ତାରିଣୀ ଅଭିମୁଖେ ଯାଉଥିଲା । ଗତକାଲି ରାତି ପ୍ରାୟ ୨ଟା ବେଳେ ଏକ ଟ୍ରକ ସହ ବସ୍ ଟି ମୁହାଁ ମୁହଁ ଧକ୍କା ହୋଇଥିଲା । ଯାହା ଫଳରେ ବସରେ ଥିବା ଯାତ୍ରୀମାନେ ଆହତ ହୋଇଛନ୍ତି । ତାହାସହ ସାମ୍ନା ପଟୁ ଟ୍ରକଟି ଧକ୍କା ଦେଇଥିବାରୁ ବସ୍ ଡ୍ରାଇଭରଙ୍କ ଗୋଡ ଭାଙ୍ଗି ଯାଇଛି । ସୂଚନା ଅନୁଯାଇ ଆହାତ ବ୍ୟକ୍ତିମାନଙ୍କୁ ନିକଟସ୍ଥ ଟୋଲଗେଟର କର୍ମଚାରିମାନେ ଉଦ୍ଧାର କରି ଖୋର୍ଦ୍ଧା ଡାକ୍ତରଖାନକୁ ପଠାଇଥିଲେ । ଏବଂ ଗୁରୁତର ଆହତ ବ୍ୟକ୍ତିଙ୍କୁ ଭୁବନେଶ୍ୱର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ତେବେ ପୁଲିସ୍ ଘଟଣା ସ୍ଥଳରେ ପହଂଚି ତଦନ୍ତ କରୁଛି ।