Home ରାଜ୍ୟ ପିକନିକ୍ ମଉଜ ଫିକା ପଡିଗଲା ; ଟ୍ରକକୁ ଧକ୍କା ଦେଲା ପିକନିକ୍ ବସ୍ ୪୦ ଆହାତ!

ପିକନିକ୍ ମଉଜ ଫିକା ପଡିଗଲା ; ଟ୍ରକକୁ ଧକ୍କା ଦେଲା ପିକନିକ୍ ବସ୍ ୪୦ ଆହାତ!


ଅନୁଗୁଳ ; ପିକନିକ୍ ବସ ଦୁର୍ଘଟଣାଗ୍ରସ୍ତ ହୋଇ ୪୦ ଆହାତ । ମିଳିଥିବା ସୂଚନା ଅନୁଯାୟୀ, କେନ୍ଦ୍ରାପଡ଼ା ବଡ଼ହାଟ ଓ ଠାକୁରପାଟଣା ଅଞ୍ଚଳର କେତେକ ଲୋକ ଗତକାଲି ପିକନିକକରିବା ପାଇଁ ମଣିଶିବ ନାମକ ଏକ ଘରୋଇ ବସ ଯୋଗେ ରାଉରକେଲା ଯାଉଥିବା ବେଳେ ବସଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ୧୪୯ନଂ ଜାତୀୟ ରାଜପଥ ବଅଁରପାଳ ଥାନା ଗୋତମରା ପାଖ ତେଲ ଟାଙ୍କି ନିକଟରେ ବିଳମ୍ବିତ ରାତିରେ ଘଟିଛି ଏହି ଦୁର୍ଘଟଣା । ବସଟି ଏକ କୋଇଲା ବୋଝେଇ ଟ୍ରକକୁ ଅତିକ୍ରମ କରୁଥିବାବେଳେ ଅନ୍ୟ ଏକ ଟ୍ରକ ସହ ମୁହାଁ ମୁହିଁ ଧକ୍କା ହୋଇଥିଲା । ବସରେ ଥିବା ଯାତ୍ରୀମାନେ ଶୋଇ ପଡ଼ିଥିବାରୁ ଏହି ଦୁର୍ଘଟଣାରେ ସମସ୍ତ ଯାତ୍ରୀ ଆହତ ହୋଇଥିଲେ । ତେବେ ପାଖା ପାଖି ୪୦ ଜଣ ଗୁରୁତର ଆହାତ ହୋଇଛନ୍ତି । ଏହି ବସ ଦୁର୍ଘଟଣା ଖବର ପାଇ ପୁଲିସ ଓ ଦମକଳ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଗୁରୁତର ଆହତ ମାନଙ୍କ ମଧ୍ୟରେ ୧୨ ଜଣ ପୁରୁଷ ,୧୭ ମହିଳାଙ୍କ ସମେତ ଛୋଟ ପିଲା ମଧ୍ୟ ଅଛନ୍ତି ।