Home ରାଜ୍ୟ ପାପଡାହାଣ୍ଡି ବ୍ଲକ୍ ଗୁମିଧରା ଗାଁ କାଜୁ ଗଛରେ ଝୁଲୁଛି ପ୍ରେମି ଯୁଗଳଙ୍କ ମୃତ ଦେହ; କାରଣ...

ପାପଡାହାଣ୍ଡି ବ୍ଲକ୍ ଗୁମିଧରା ଗାଁ କାଜୁ ଗଛରେ ଝୁଲୁଛି ପ୍ରେମି ଯୁଗଳଙ୍କ ମୃତ ଦେହ; କାରଣ ଅସ୍ପଷ୍ଟ ପୋଲିସର ତଦନ୍ତ ଜାରି !


ନବରଙ୍ଗପୁର: ପାପଡାହାଣ୍ଡି ବ୍ଲକ୍ ଗୁମିଧରା ଗାଁ କାଜୁ ଜଙ୍ଗଲରୁ ଜଣେ ଯୁବକ ଓ ଯୁବତୀଙ୍କ ଝୁଲନ୍ତା ଶବ ଉଦ୍ଧାର । କାଜୁ ଗଛରେ ଓଢଣୀ ଓ ପିନ୍ଧିଥିବା ଲୁଙ୍ଗିରେ ଝୁଲୁଛି ଉଭୟଙ୍କ ମୃତଦେହ । ପ୍ରଥମେ ଗ୍ରାମବାସୀ ଦେଖିବା ପରେ ପୋଲିସକୁ ଖବର ଦେଇଥିଲେ । ତେବେ ଖବରପାଇଁ ପୋଲିସ ଘଟଣାସ୍ଥଳରେ ପହଂଚି ଶବ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଜାରି ରଖିଛି । ତେବେ ମୃତ୍ୟୁର କାରଣ ଅସ୍ପଷ୍ଟ ଥିବାବେଳେ ପୋଲିସ ପ୍ରେମଜନୀତ ଆତ୍ମହତ୍ୟା ବୋଲି ସନ୍ଦେହ କରୁଛି । ସୂଚନାଅନୁଯାୟୀ ମୃତ ଯୁବକ ଯୁବତୀଙ୍କ ଘର ତେନ୍ତୁଲିଖୁଣ୍ଟି ବ୍ଲକ୍ ଗୁମିଦରା ଗାଁର ଯୁବକ ବନବାସୀ ଦଣ୍ଡସେନା ଓ ଯୁବତୀ ସ୍ୱାତୀ ପାଇକ ବୋଲି ଜଣାପଡ଼ିଛି । ଉଭୟ ଗୋଟାଏ ଜାତିର ହୋଇଥିବା ବେଳେ ପାରିବାରିକ ଅସନ୍ତୋଷ କାରଣରୁ ଆତ୍ମହତ୍ୟା କରିଥିବା ଗ୍ରାମବାସୀ ସନ୍ଦେହ କରୁଛନ୍ତି ।