Home ଦେଶ- ବିଦେଶ ପାକିସ୍ତାନକୁ ଭାରତର ସେନା ମୁଖ୍ୟଙ୍କ କଡ଼ା ଜବାବ !

ପାକିସ୍ତାନକୁ ଭାରତର ସେନା ମୁଖ୍ୟଙ୍କ କଡ଼ା ଜବାବ !

ନୂଆଦିଲ୍ଲୀ : ଭାରତର ସେନା ମୁଖ୍ୟ ବିପିନ ରାୱତ୍ ପାକିସ୍ତାନକୁ ଦେଲେ କଡ଼ା ଯବାବ ! ସେନାମୁଖ୍ୟ କହିଛନ୍ତି ଆତଙ୍କବାଦ ସହିତ କୌଣସି କଥାବାର୍ତ୍ତା ନାହିଁ । ଏହି ପ୍ରକାରର କଡ଼ା ଯବାବ ରଖିବାର କାରଣ, ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମରାନ ଖାନ କର୍ତ୍ତାରପୁର କରିଡର ନିର୍ମାଣକୁ ନିମନ୍ତ୍ରଣ ଦେଇଥିଲେ । ଏବଂ କୁଟନିତୀ କରିବାକୁ ପ୍ରୟାସକୁ ଭଙ୍ଗ କରିଛନ୍ତି ସେନାମୁଖ୍ୟ । ସେ କହିଛନ୍ତି ପ୍ରଥମେ ଯଦି ଦ୍ୱିପାକ୍ଷିକ ସମ୍ପର୍କ ବୃଦ୍ଧି ପାଇଁ ପାକିସ୍ତାନ ଦୃ÷ଢ ପଦକ୍ଷପ ନେବା ଉଚିତ । କାରଣ ପୂବରୁ ସ୍ପଷ୍ଟ କରିସାରିଛନ୍ତି, ଆତଙ୍କବାଦ ଓ ଆଲେଚନା ଏକା ସାଥିରେ ଅସମ୍ଭବ । ପାକିସ୍ତାନ ଭାରତ ସହିତ ଆଲୋଚନା କରିବାକୁ ଆସିଲେ ଧର୍ମନିରେପେକ୍ଷ ବା ସେକୁଲାର ରାଷ୍ଟରେ ପରିଣତ ହେବାକୁ ପଡ଼ିବ । ଯଦି ସେମାନେ ଆମ ରାଷ୍ଟ୍ର ପରି ଧର୍ମ ନିରେପେକ୍ଷ ହେବାକୁ ଇଚ୍ଛୁକ , ସେମାନଙ୍କ ପାଇଁ ଆଲୋଚନାର ସୁଯୋଗ ରହିଛି । ପାକିସ୍ତାନର କହିବା କଥା ହେଲା ଭାରତ ଗୋଟିଏ ପାଦ ଆଗକୁ ନେଉ ଆମେ ଦୁଇ ପାଦ ଆଗକୁ ନେବୁ । ସେପାଖରୁ ଆସୁଥିବା ସକାରାତ୍ମକ ପଦକ୍ଷେପ ପ୍ରକୃତରେ କାର‌୍ୟ୍ୟକାରୀ ହେଉଛି କି ନାହିଁ ତାହା ମଧ୍ୟ ଦେଖିବାକୁ ହେବ।