Home ରାଜ୍ୟ ପଦବୀରେ ଥାଇ ମଧ୍ୟ ଜେଲର ନମିତା ଭୁଲି ଗଲେ କର୍ତ୍ତବ୍ୟ, ସ୍ୱାମୀ ବୁଝୁଛନ୍ତି ଜେଲ’ ଦାୟିତ୍ୱ...

ପଦବୀରେ ଥାଇ ମଧ୍ୟ ଜେଲର ନମିତା ଭୁଲି ଗଲେ କର୍ତ୍ତବ୍ୟ, ସ୍ୱାମୀ ବୁଝୁଛନ୍ତି ଜେଲ’ ଦାୟିତ୍ୱ !

ବାଲେଶ୍ୱର: ନୀଳଗିରି ଉପଖଣ୍ଡ କାରାଗାର ଜେଲର ଜେଲରଙ୍କ ନାମାରେ ଆସିଛି ସାଂଘାତିକ ଅଭିଯୋଗ । ତେବେ ଜେଲର ନିଜର କର୍ତ୍ତବ୍ୟ ନକରି ତାଙ୍କ ବଦଳରେ ଜେଲ  ର ସବୁ ଦାୟିତ୍ୱ ବୁଝିଛନ୍ତି ତାଙ୍କ ସ୍ୱାମୀ । ଜେଲର ହେଉଛନ୍ତି ମମତା ମହାପାତ୍ର । ତାଙ୍କ ସ୍ୱାମୀ ମାଧବାନନ୍ଦ ଜ୍ୟୋତିଷ । ସୂଚନା ମୁତାବକ, ନୀଳଗିରି ଜେଲରେ ନମିତା ସୁପରିଟେଣ୍ଡେଂଟ୍ ଅଛନ୍ତି । କିନ୍ତୁ ନିଜର କର୍ତ୍ତବ୍ୟ ନକରି ତାଙ୍କ ଚୈାକିରେ ବସିଛନ୍ତି ସ୍ୱାମୀ । ପତ୍ନୀଙ୍କ ସ୍ଥାନରେ ଜେଲ’ ର କାଗଜ ପତ୍ର ଠାରୁ ଆରମ୍ଭ କରି ଜେଲ’ ର ସବୁ ଦାୟିତ୍ୱ ତାଙ୍କ ସ୍ୱାମୀ ମାଧବାନନ୍ଦ ଜ୍ୟୋତିଷ ବୁଝୁଥିବାରୁ ଏପରି ଅଭିଯୋଗ ଆସିଛି ।