Home ରାଜ୍ୟ ପଟ୍ଟାମୁଣ୍ଡାଇରେ ଯୁବକର ଗୁଣ୍ଡାରାଜ; ରାଜରାସ୍ତାରେ ଗୋଡ଼ାଇ ଗୋଡ଼ାଇ ଭୁଜାଲିରେ ହାଣିଲା, ବାଇକ ଓ ଦୋକାନକୁ ପୋଡ଼ିଲା...

ପଟ୍ଟାମୁଣ୍ଡାଇରେ ଯୁବକର ଗୁଣ୍ଡାରାଜ; ରାଜରାସ୍ତାରେ ଗୋଡ଼ାଇ ଗୋଡ଼ାଇ ଭୁଜାଲିରେ ହାଣିଲା, ବାଇକ ଓ ଦୋକାନକୁ ପୋଡ଼ିଲା !


କେନ୍ଦ୍ରାପଡ଼ା: ଉଗ୍ରହେଲା ପୂର୍ବଶତ୍ରୁତା, ରାଜରାସ୍ତାରେ ଗୋଡ଼ାଇ ଗୋଡ଼ାଇ ଭୁଜାଲିରେ ହାଣିଲା ଯୁବକ । କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ନିମପୁର ବଜାରରେ ଏଭଳି ଛାତିଥରା ଦୃଶ୍ୟ ଦେଖିବାକୁ ମିଳିଛି । ପୂର୍ବଶତ୍ରୁତାକୁ କେନ୍ଦ୍ରକରି ମହେନ୍ଦ୍ର ମଲ୍ଲିକ ରାଜରାସ୍ତାରେ ତଡ଼ିତଡ଼ି କୁମର ମଲ୍ଳିକକୁ ମରଣାନ୍ତକ ଆକ୍ରମଣ କରିଛି । ସ୍ଥାନୀୟଲୋକ ଗୁରୁତର ଅବସ୍ଥାରେ
କୁମରକୁ ପ୍ରଥମେ ପ୍ରଥମିକ ଚିକିତ୍ସାଳୟ ପରେ ପଟ୍ଟାମୁଣ୍ଡାଇ ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଆକ୍ରମଣକାରୀ ଯୁବକର ରାଗ ଏତିକି ସିମିତ ନଥିଲା ଶହ ଶହ ଲୋକ ଉପସ୍ଥିତିରେ କୁମର ବାଇକକୁ ଜାଳିଦେବା ସହ ନିକଟରେ ଏକ ଦୋକାନ ଘରକୁ ମଧ୍ୟ ନିଆଁ ଲଗାଇ ଦେଇଥିଲା । ବାଇଟି ସମ୍ପୂର୍ଣ୍ଣ ଜଳିଯିବା ସହ ଦୋକାନ ଘରଟି ପୋଡ଼ି ପାଉଁଷ ହୋଇଯାଇଛି । ଘଟଣାସ୍ଥଳରେ ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଥିବା ବେଳେ ଅଭିଯୁକ୍ତ ଯୁବକ ଫେରାର ହୋଇଯାଇଛି ।