Home ରାଜ୍ୟ ନୀଳଗିରି ଜୋର୍ ଜବରଦସ୍ତ ଶିକ୍ଷୟତ୍ରୀଙ୍କୁ ରାଜରାସ୍ତାରୁ ଟେକିନେଲେ ଦୁର୍ବୃତ୍ତ !

ନୀଳଗିରି ଜୋର୍ ଜବରଦସ୍ତ ଶିକ୍ଷୟତ୍ରୀଙ୍କୁ ରାଜରାସ୍ତାରୁ ଟେକିନେଲେ ଦୁର୍ବୃତ୍ତ !


ବାଲେଶ୍ୱର: ନୀଳଗିରି ଥାନା ପଞ୍ଚଲିଙ୍ଗେଶ୍ୱର ମନ୍ଦିର ନିକଟରେ ସ୍କୁଲ ଯିବା ବାଟରେ ଶ୍ରୀକ୍ଷୟିତ୍ରୀଙ୍କୁ ଦୁର୍ବୃତ୍ତମାନେ ଉଠାଇ ନେଇଛନ୍ତି । ଯାହାକୁ ନେଇ ନୀଳଗିରି ଥାନାରେ ପରିବାର ତରଫରୁ ଅପହରଣ ଅଭିଯୋଗ କରିଛନ୍ତି । ସୂଚନାଅନୁଯାୟୀ ଶିକ୍ଷୟତ୍ରୀ ଜଣଙ୍କ ପୂର୍ବରୁ ବିବାହିତ ଥିବାବେଳେ ଆଜି ସକାଳେ ନିଜ ସ୍କୁଟି ଯୋଗେ ସ୍କୁଲକୁ ଯାଉଥିଲେ । ଏହି ସମୟରେ କିଛି ଦୁର୍ବୃତ୍ତ ଧକ୍କା ଦେଇ ଗାଡ଼ିରେ ଉଠାଇ ନେଇଥିବା ଥାନରେ ଅଭିଯୋଗ ହୋଇଛି । ପ୍ରତ୍ୟେକ୍ଷଦର୍ଶି କହିବା ଅନୁଯାୟୀ ଦୁର୍ବୁତ୍ତମାନେ ଜୋରଜବରଦସ୍ତ ଉଠାଇ ନେଉଥିବା ବେଳେ ଦିଦି ରାସ୍ତାରେ ପଡ଼ିଯାଇଥିଲେ । କିନ୍ତୁ ଦୁର୍ବୃତ୍ତମାନେ ବଳପୂର୍ବକ ଉଠାଇ ନେଇ ଫେରାର ହୋଇଯାଇଥିଲେ । ଯାହାକୁ ନେଇ ପୋଲିସ ଅଭିଯୁକ୍ତଙ୍କୁ ଧରିବା ପାଇଁ ତଦନ୍ତ ଜୋରଦାର କରିଛି ।