Home ରାଜ୍ୟ ନିମ୍ନମାନର ପୋଲ ନେଲା ଜୀବନ ; ବାଡା ନଥିବାରୁ ପୋଲ ତଳକୁ ଖସିପଡିଲା ବାଇକ୍ ,୨...

ନିମ୍ନମାନର ପୋଲ ନେଲା ଜୀବନ ; ବାଡା ନଥିବାରୁ ପୋଲ ତଳକୁ ଖସିପଡିଲା ବାଇକ୍ ,୨ ମୃତ !


ଯାଜପୁର ; ନିମ୍ନମାନର ପୋଲ ଯୋଗୁ ଘଟିଲା ଦୁର୍ଘଟଣା । ଚାଲିଗଲା ୨ ଜୀବନ । ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଇମାନନଗର ପୋଲରେ ଏପରି ଅଘଟଣ ଦେଖିବାକୁ ମିଳିଛି । ଗତକାଲି ରାତିରେ ଧର୍ମଶାଳା ମହୋତ୍ସବ ଦେଖି ଫେରିବା ବାଟରେ ଘଟିଥିଲା ଦୁର୍ଘଟଣା । ପୋଲରେ ବାଡା ନଥିବାରୁ ପୋଲ ତଳକୁ ବାଇକ ଖସି ପଡିଥିଲା । ଫଳରେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ମେଡିକାଲ ନେବା ବାଟରେ ଅନ୍ୟ ଜଣଙ୍କର ମୃତ୍ୟୁ ଘଟିଛି । ମୃତକ ୨ ଜଣ ଜେନାପୁର ଥାନା ବାରମାଣ ଗ୍ରାମର ଟୁକୁନା ସାମଲ(୨୬) ଓ ପ୍ରକାଶ ଦେହୁରୀ (୨୩) । ତେବେ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକେ ଟାୟାର ଜାଳି ରାସ୍ତା ରୋକ କରିଥିଲେ । ଘଟଣାସ୍ଥଳରେ ବଡଚଣା ପୋଲିସ ପହଞ୍ଚି ବୁଝାସୁଝା କରିବା ପରେ ରାସ୍ତା ରୋକ୍ ହଟିଥିଲା ।