Home ରାଜ୍ୟ ନାଇଜର ଷ୍ଟାଡିୟମରେ ମୋଦି,କହିଲେ ସକଳ ସହାୟତା ସତ୍ୱେ ଓଡିଶାର ବିକାଶ ନେଇ ପ୍ରଶ୍ନ ଉଠୁଛି !

ନାଇଜର ଷ୍ଟାଡିୟମରେ ମୋଦି,କହିଲେ ସକଳ ସହାୟତା ସତ୍ୱେ ଓଡିଶାର ବିକାଶ ନେଇ ପ୍ରଶ୍ନ ଉଠୁଛି !


ଭୁବନେଶ୍ୱର ; ଖୋର୍ଦ୍ଧା ନାଇଜର ଷ୍ଟାଡିୟମରେ ପ୍ରଧାନମନ୍ତ୍ରି ମୋଦି । ସଭାରେ ଅନେକ ବରିଷ୍ଠ ବିଜେପି ନେତା ଗଣ ମଧ୍ୟ ଉପସ୍ଥିତ ଅଛନ୍ତି । ଜୟ ଜଗନ୍ନାଥ ପ୍ରଣାମ କହି ମୋଦି ଆରମ୍ଭ କଲେ ଅଭିଭାଷଣ । କହିଲେ ବୀର ମାଟି ବରୁଣେଇକୁ ଆସି ମୁଁ ଧନ୍ୟ ହୋଇଗଲି । ବଖାଣିଲେ କେନ୍ଦ୍ର ସରକାରଙ୍କ ଗାରିମା । “ ଗରିବ ଘରକୁ ରୋଷେଇ ପାଇଁ ଗ୍ୟାସ କନେକ୍ସନ ଦିଆଯାଉଛି । ୧୯ ଟି ଜିଲ୍ଲାକୁ ପାଇପ ଯୋଗେ ଗ୍ୟାସ ଯୋଗାଇ ଦିଆଯାଉଛି ।୯୦ରୁ ଅଧିକ ଏକଲବ୍ୟ ସ୍କୁଲ ଖୋଲାଯିବ । ଶିକ୍ଷା କ୍ଷେତ୍ରରେ ଓଡିଶାକୁ ସମସ୍ତ ସୁବିଧା ଦିଆଯାଉଛି । ଓଡିଶା ପ୍ରତି ଅଟଳ ବିହାରୀ ବାଜପେୟୀଙ୍କର ସ୍ୱତନ୍ତ୍ର ଆକର୍ଷଣ ଥିଲା । ଓଡିଶାର ଉନ୍ନତି ପାଇଁ ବାଜପେୟୀ ସର୍ବଦା ଚେଷ୍ଟିତ ଥିଲେ । ବାଜପେୟୀ ଆରମ୍ଭ କରିଥିବା ପ୍ରକ୍ରିୟା ବର୍ତ୍ତମାନ ଚାଲୁ ରହିଛି । ଜୈବ ଇନ୍ଧନର ସବୁଠୁ ବଡ ସ୍ଥାନ ହେବାକୁ ଯାଉଛି ଓଡିଶା । ଆମର ଏକ ମାତ୍ର ଲକ୍ଷ ଓଡିଶାର ବିକାଶ । ଓଡିଶାର ସକଳ ସହାୟତା ସତ୍ୱେ ଓଡିଶାରେ ବିକାଶ ନେଇ ପ୍ରଶ୍ନ ଉଠୁଛି ।” ଏହାସହ ବୁଲେଇ ବଙ୍କେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ମୋଦି ।