Home ରାଜ୍ୟ ନବୀନଙ୍କୁ ସଚିବାଳୟରେ ଭେଟି ଧନ୍ୟବାଦ ଜଣାଇଲେ ପାକ୍ ହାଇକମିଶିନର

ନବୀନଙ୍କୁ ସଚିବାଳୟରେ ଭେଟି ଧନ୍ୟବାଦ ଜଣାଇଲେ ପାକ୍ ହାଇକମିଶିନର


ଭୁବନେଶ୍ୱର : ପାକିସ୍ତାନ ହାଇକମିଶନର ସୋହେଲ ମହମ୍ମଦ ହକି ବିଶ୍ୱକପ୍ ଦେଖିବା ପାଇଁ ଭୁବନେଶ୍ୱର ଆସିଥିଲେ । ସେ ଆଜି ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ବିଶ୍ୱକପ୍ ଆୟୋଜନ ପାଇଁ ଧନ୍ୟବାଦ ଜଣାଇଛନ୍ତି । ଏବଂ କ୍ରୀଡା କ୍ଷେତ୍ରରେ ପ୍ରଚାର ପ୍ରସାର ଓ ଅବଦାନ ପାଇଁ ମଧ୍ୟ ଅଭିନ୍ଦନ ଜଣାଇଛନ୍ତି । ଗତକାଲି କଳିଙ୍ଗ ଷ୍ଟାଡିୟମରେ ଖେଳାଯାଇଥିଲା ଦୁଇଟି ମ୍ୟାଚ୍ । ପୁଲ-ଡି ଶେଷ ପର‌୍ୟ୍ୟାୟ ମ୍ୟାଚରେ ପାକିସ୍ତାନକୁ ୫-୧ ଗୋଲରେ ପରାସ୍ତ କରିଥିଲା ନେଦରଲାଣ୍ଡ । ନେଦରଲାଣ୍ଡ ପୂର୍ବରୁ ୩ ପଏଣ୍ଟ ପାଇଥିବା ବେଳେ ଗତକାଲି ପୁଣି ଟିମକୁ ୩ ପଏଣ୍ଟ ମିଳିଛି । ସେହିପରି ପୁଲ-ଡିର ଅନ୍ୟ ଏକ ମ୍ୟାଚରେ ମାଲେସିଆକୁ ୫-୩ ଗୋଲରେ ପରାସ୍ତ କରିଥିଲା ଜର୍ମାନୀ । ଏଥିସହ ପୁଲ୍-ଡି ଟପରେ ରହି ଜର୍ମାନୀ ସିଧାସଳଖ କ୍ୱାଟର ଫାଇନାଲରେ ପ୍ରବେଶ କରିଛି । ପୁର୍ବରୁ ଦୁଇଟି ମ୍ୟାଚ୍ ଜିତି ୬ ପଏଣ୍ଟ ହାସଲ କରିଥିବା ବେଳେ ଗତକାଲି ଆଉ ୩ ପଏଣ୍ଟ ଦଳକୁ ମିଳିଥିଲା । ତେବେ ଏହି ମ୍ୟାଚ ପରେ ଶେଷ ଦଳ ଭାବେ ମାଲେସିଆ ବିଶ୍ୱକପରୁ ବାହାରି ଯାଇଛି ।