Home ରାଜ୍ୟ ଧାନ ଗଦାରେ ଦୁର୍ବୃତ୍ତ ଲଗାଇଦେଲେ ନିଆଁ !

ଧାନ ଗଦାରେ ଦୁର୍ବୃତ୍ତ ଲଗାଇଦେଲେ ନିଆଁ !


ବାଲେଶ୍ୱର ; ଧାନ ଗଦାରେ ଦୁର୍ବୁତ୍ତ ନିଆଁ ଲଗାଇଦେବାରୁ ଲକ୍ଷାଧିକ ଟଙ୍କାର ଧାନ ନଷ୍ଟ । ବାଲେଶ୍ୱର ଜିଲ୍ଲା ଖନ୍ତପଡା ଥାନା ମହାରାଜପୁର ବାରିକ ସାହିର ସୁରେନ୍ଦ୍ର ବାରିକଙ୍କ ଖଳାରେ କିଏ ନିଆଁ ଲଗାଇଦେବାରୁ ପାଖାପାଖି ୧ଲକ୍ଷ ଟଙ୍କାର ଧାନ ପୋଡି ପାଉଁଶ ହୋଇଯାଇଛି । ସୂଚନାନୁସାରେ,ସୁରେନ୍ଦ୍ର ୧୨ ଏକର ଜମି ଭାଗ ଚାଷ କରି ବିଲରୁ ଧାନ ଆଣି ଖଳାରେ ଗଦା କରିଥିଲେ । କିନ୍ତୁ ଗତକାଲି ଘରେ କେହି ନଥିବା ସମୟରେ କେହି ଦୁର୍ବୁତ୍ତ ଧାନ ଗଦାରେ ନିଆଁ ଲଗାଇ ଦେଇଥିବା ସନ୍ଦେହ କରାଯାଉଛି ,ଫଳରେ ସବୁ ଧାନ ପୋଡି ଯାଇଥିଲା । ପରେ ଦମକଳ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । କିନ୍ତୁ ଧାନ ଗଦାରେ ନିଆଁ କିପରି ବା କିଏ ଲଗାଇଲା ତାହା ସ୍ଥାନୀୟ ଲୋକଙ୍କ ମନରେ ସନ୍ଦେହ ସୃଷ୍ଟି କରୁଛି ।