Home ରାଜ୍ୟ ଧରାବତାରଣ କଲେ ପ୍ରଭୁ ଯୀଶୁ , ବେଶ ଉତ୍ସାହର ସହ ବଡଦିନ ପାଳନ କରୁଛନ୍ତି ଦେଶବାସୀ...

ଧରାବତାରଣ କଲେ ପ୍ରଭୁ ଯୀଶୁ , ବେଶ ଉତ୍ସାହର ସହ ବଡଦିନ ପାଳନ କରୁଛନ୍ତି ଦେଶବାସୀ !


ଭୁବନେଶ୍ୱର ; ଆଜି ପ୍ରଭୁ ଯୀଶୁଙ୍କ ଜନ୍ମଦିବସ ତଥା ପବିତ୍ର ବଡଦିନ । ଗତକାଲି ରାତିରେ ଧରାପୃଷ୍ଠକୁ ଅବତରଣ କରିଛନ୍ତି ପ୍ରଭୁ ଯୀଶୁ । ଯୀଶୁଙ୍କ ଧରାବତରଣ ପରେ ସାରା ଦେଶରେ ପ୍ରଭୁଙ୍କୁ ବେଶ୍ ଧୁମ୍ ଧାମର ସହ ସ୍ୱାଗତ କରାଯାଇଥିଲା । ବଡଦିନ ପାଇଁ ସାରା ଦେଶ ଚଳଚଞ୍ଚଳ ହୋଇଥିବାବେଳେ ରାଜଧାନୀ ଭୁବନେଶ୍ୱର ମଧ୍ୟ ବେଶ୍ ସଜେଇ ହୋଇଛି ଖ୍ରୀଷ୍ଟମାସ ତଥା ବଡଦିନ ପାଇଁ । ବିଭିନ୍ନ ସ୍ଥାନରେ ମଧ୍ୟ ବିଶେଷ କାର୍ଯ୍ୟକ୍ରମର ଅୟୋଜନ କରାଯାଇଛି । ସହରରେ ଥିବା ଚର୍ଚ୍ଚ ଗୁଡିକୁ ରଙ୍ଗୀନ ଆଲୋକ ସହ ସୁସଜ୍ଜିତ ଢଙ୍ଗରେ ସଜା ଜାଇଛି । ସ୍ମାର୍ଟ ସିଟି ଭୁବନେଶ୍ୱର ସମେତ ସିଲଭର ସିଟି କଟକ ,ଷ୍ଟିଲ ସିଟି ରାଉରକେଲା ଏବଂ କନ୍ଧମାଳରେ ମଧ୍ୟ ବଡଦିନ ପାଇଁ ବିଶେଷ ଆୟୋଜନ କରାଯାଇଛି । ଶତାଧିକ ଖ୍ରୀଷ୍ଟଧର୍ମାବଲମ୍ବୀ ଚର୍ଚରେ ଉପସ୍ଥିତ ରହି ସାମୂହିକ ପ୍ରାର୍ଥନା କରିବା ସହ କ୍ୟାରୋଲ ଗାନ କରି ପରସ୍ପରକୁ ଶୁଭେଚ୍ଛା ଜଣାଇଥିଲେ । ବିଶ୍ୱାସ ରହିଛି ଯେ ଅନ୍ୟାୟ ଉପରେ ନ୍ୟାୟର ଏବଂ ଅସତ୍ୟ ଉପରେ ସତ୍ୟର ବିଜୟ ପାଇଁ ପ୍ରଭୁ ଯୀଶୁଙ୍କର ଜନ୍ମ ହୋଇଥିଲା ତେଣୁ ଏହି ଦିନଟିକୁ ବେଶ୍ ଆନନ୍ଦ ଉଲ୍ଲାସର ସହ ପାଳନ କରାଯାଏ । ଏହା ସହ ବିଜ୍ଞାନ ଅନୁସାରେ ଆଜିଠୁ ଦିନ ବଡ ଏବଂ ରାତି ଛୋଟ ହେଉଥିବାରୁ ଏହି ଦିନଟିକୁ ବଡଦିନ କୁହାଯାଏ ।