Home ରାଜ୍ୟ ଧରମାଙ୍କ ଧର୍ମଯୁଦ୍ଧ ; ଶ୍ରୀମନ୍ଦିର ପ୍ରସଙ୍ଗରେ ସରକାରଙ୍କୁ ଟାର୍ଗେଟ କଲେ ଧର୍ମେନ୍ଦ୍ର !

ଧରମାଙ୍କ ଧର୍ମଯୁଦ୍ଧ ; ଶ୍ରୀମନ୍ଦିର ପ୍ରସଙ୍ଗରେ ସରକାରଙ୍କୁ ଟାର୍ଗେଟ କଲେ ଧର୍ମେନ୍ଦ୍ର !


ବାଲେଶ୍ୱର ; ଧରମାଙ୍କ ଧର୍ମଯୁଦ୍ଧ । ବାଲେଶ୍ୱର ନୀଳଗିରିରେ ଆୟୋଜିତ ସାଧାରଣ ସଭାରେ ସରକାରଙ୍କୁ ସିଧା ସଳଖ ଟାର୍ଗେଟ କରିଛନ୍ତି ଧର୍ମେନ୍ଦ୍ର । ଶ୍ରୀମନ୍ଦିର ପ୍ରସଙ୍ଗରେ ସରକାରଙ୍କ ଉପରେ ଢେର ବର୍ଷିଛନ୍ତି । ଗତକାଲି ଶ୍ରୀମନ୍ଦିର ନୀତି ବିଳମ୍ବ ହୋଇଥିବା ବେଳେ ପ୍ରଭୁଙ୍କ ଦର୍ଶନ ପାଇଁ ଅପେକ୍ଷାରତ ଭକ୍ତ ମାନେ ନାହିଁ ନଥିବା ହରକତ୍ ହୋଇଥିଲେ । ଯାହାକୁ ନେଇ ମନ୍ଦିରପ୍ରଶାସନ, ଜିଲ୍ଲା ପ୍ରଶାସଶନ ଓ ରାଜ୍ୟ ସରକାରଙ୍କୁ ତିବ୍ର ସମାଲୋଚନା କରିଛନ୍ତି ମନ୍ତ୍ରୀ । ରାଜ୍ୟ ସରକାରଙ୍କ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳାକୁ ନେଇ ମଧ୍ୟ ପ୍ରଶ୍ନ କରିଛନ୍ତି । ଏହାସହ ଗତକାଲି ବିଳମ୍ବରେ ମହାପ୍ରଭୁଙ୍କ ଦର୍ଶନ ଚାଲୁଥିବା ବେଳେ ଏକ ନାବାଳିକାଙ୍କୁ ସୁରକ୍ଷାକର୍ମୀମାନେ ଅସାଦାଚରଣ ଅଭିଯୋଗକୁ ନେଇ ମଧ୍ୟ ସରକାରଙ୍କୁ ପ୍ରଶ୍ନ କରିଛନ୍ତି । ଏହାସହ ମନ୍ତ୍ରୀ ମହାରଥୀଙ୍କ ବିବାଦିୟ ମନ୍ତବ୍ୟକୁ ତିବ୍ର ନିନ୍ଦା କରିବା ସହ ତୁରନ୍ତ ମନ୍ତ୍ରୀ ପଦରୁ ଇସ୍ତଫା ଦାବି ଉଠାଇଛନ୍ତି । ପୂର୍ବରୁ କୁନ୍ଦୁଲି ପୀଡ଼ିତାକୁ ନ୍ୟାୟ ଦେବାରେ ସରକାର ବିଫଳ ହୋଇଥିବା କଥା ଉଠାଇବା ସହ ବେବିନାକୁ ନ୍ୟାୟ ପାଇଁ ସିବିଆଇ ତଦନ୍ତ ଦାବି କରିଛନ୍ତି ।