Home ରାଜ୍ୟ ଧନୁଯାତ୍ରା ପାଇଁ ଦୁଲୁକିଲାଣି ବରଗଡ,ଆଜି ଦ୍ୱିତୀୟ ଦିନରେ ମଧ୍ୟ କଂସର ରାଜୁତି!

ଧନୁଯାତ୍ରା ପାଇଁ ଦୁଲୁକିଲାଣି ବରଗଡ,ଆଜି ଦ୍ୱିତୀୟ ଦିନରେ ମଧ୍ୟ କଂସର ରାଜୁତି!


ବରଗଡ ; କାଲିଠୁ ବରଗଡ ସହର ପାଲଟିଗଲା ମଥୁରା ନଗରୀ , ରାଜତ୍ୱ କରିବେ ମହାରାଜ କଂସ । ବରଗଡରେ ଅନୁଷ୍ଠିତ ହୋଇଯାଇଛି ବିଶ୍ୱପ୍ରସିଦ୍ଧ ୭୦ ତମ ଧନୁଯାତ୍ରା । ଗତକାଲି ବରଗଡ ଜିଲ୍ଲାପାଳ ଇନ୍ଦ୍ରମଣୀ ତ୍ରୀପାଠି ଓ ମୁକେଶ କୁମାର ଭାମୁ ଆନୁଷ୍ଠାନିକ ଭାବେ କାର୍ଯ୍ୟକ୍ରମର ଉଦଘାଟନ କରିଥିଲେ । ଏହାସହ ସାଂସ୍କୃତିକ ଦଳ ମାନଙ୍କ ଦ୍ୱାରା ଏକ ବିରାଟ ଶୋଭାଯାତ୍ରା ବାହାରି ମା ସମଲେଶ୍ୱରୀ ମନ୍ଦିରକୁ ଯାଇ ପୂଜା ଅର୍ଚ୍ଚନା କରିଥିଲେ । ସେହିପରି ଆଜି ହେଉଛି ବରଗଡ ଧନୁଯାତ୍ରାର ଦ୍ୱିତୀୟ ଦିନ । ସେପଟେ ଗୋପପୁର ପାଲଟିଛି ଆମ୍ବପାଲି । ଆଜି ଧନୁଯାତ୍ରାର ଦ୍ୱିତୀୟ ଦିନରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ସହ କଂସର ରାଜୁତି ମଧ୍ୟ ଦେଖିବାକୁ ମିଳିବ । ତେବେ ଗତକାଲିଠୁ ଆରମ୍ଭ ହୋଇଥିବା ଏହି ମହୋତ୍ସବ ଆସନ୍ତା ଦଶ ଦିନ ପର୍ଯ୍ୟନ୍ତ ଅର୍ଥାତ ଜାନୁୟାରୀ ୧୧ ଯାଏ ଚାଲିବ ।