Home ରାଜ୍ୟ ଦ୍ୱିତୀୟ ବ୍ରାହ୍ମଣୀ ସେତୁର କାର୍ଯ୍ୟ ଠପ୍ । ବସ୍ତିବାସିନ୍ଦାଙ୍କ ୧୦ ଏକର ଜମି ଉପରେ ଜୋରକରି...

ଦ୍ୱିତୀୟ ବ୍ରାହ୍ମଣୀ ସେତୁର କାର୍ଯ୍ୟ ଠପ୍ । ବସ୍ତିବାସିନ୍ଦାଙ୍କ ୧୦ ଏକର ଜମି ଉପରେ ଜୋରକରି ସେତୁ ତିଆରି ହେବା ନେଇ ଉତ୍ତେଜନା ।

ଦୁଇଦିନ ତଳେ ବେଦବ୍ୟାସ ଦଣ୍ଡିଆପାଲି ପଟୁ ଆରମ୍ଭ ହୋଇଥିଲା ଦ୍ୱିତୀୟ ବ୍ରାହ୍ମଣୀ ସେତୁର କାମ । ସ୍ଥାନୀୟ ଜମି ମାଲିକ ଓ ପେସା ଗ୍ରାମସଭା ର ବିରୋଧ ସତ୍ୱେ ଏହା ର କାମ ଆରମ୍ଭ ହୋଇଥିଲା । ତେବେ ଆଜି ସକାଳେ ଶତାଧିକ ପୁରୁଷ ଓ ମହିଳା ଘଟଣାସ୍ଥଳରେ ପହଁଚି କାମ ବନ୍ଦ କରିବାକୁ କହିଥିଲେ । ‘ ଏହି ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ କରାଯାଇନାହିଁ , ବସ୍ତିବାସିନ୍ଦାଙ୍କ ୧୮ ପରିବାରର ୧୦ ଏକର ଜମି ଏଠାରେ ରହିଛି , ମାତ୍ର ଏ ବାବଦରେ କୌଣସି କ୍ଷତି ପୁରଣ ଦିଆଯାଇନାହିଁ , ଯେଉଁମାନେ ବର୍ଷ ବର୍ଷ ଧରି ଏଠାରେ •ାଷ କରି ପ୍ରତିପୋଷଣ କରୁଛନ୍ତି କୁଆଡେ ଯିବେ ସେମାନେ ଏବଂ ଚଳିବେ କେମିତି ’ ବୋଲି ଉପସ୍ଥିତ ପ୍ରଶାସନକୁ ପ୍ରଶ୍ନ କରିଥିଲେ ଯଶନିତା ।
ଅପରପକ୍ଷେ ଲାଠିକଟା ତହସିଲଦାର ମନସ୍ମିନି ଦାସ କହିଛନ୍ତି ଯେ ,୧୮ ପରିବାର ର ଜମିପଟ୍ଟା ଆମପାଖରେ ଅଛି । ସେମାନଙ୍କୁ କ୍ଷତିପୂରଣ ମଧ୍ୟ ଦିଆଯାଇଛି । ତେବେ ବର୍ତ୍ତମାନ ଯେଉଁ ସମସ୍ୟ ଦେଖାଦେଇଛି ତାର ସମାଧାନ ଖୁବ ଶୀଘ୍ର କରାଯିବ ବୋଲି ସେ ଦୃଢ ମନ୍ତବ୍ୟ ଦେଇଛନ୍ତି ।