Home ଖେଳ ଦ୍ୱତୀୟ ଟେଷ୍ଟରେ କଙ୍ଗାରୁ ଠାରୁ ପରାଜୟ ସ୍ୱିକାର କଲା ଟିମ୍ ଇଣ୍ଡିଆ !

ଦ୍ୱତୀୟ ଟେଷ୍ଟରେ କଙ୍ଗାରୁ ଠାରୁ ପରାଜୟ ସ୍ୱିକାର କଲା ଟିମ୍ ଇଣ୍ଡିଆ !


ଭୁବନେଶ୍ୱର : ଅଷ୍ଟେଲିଆର ପର୍ଥ ରେ ଖେଳାଯାଇଥିଲା ଭାରତ ଅଷ୍ଟେଲିଆ ଦ୍ୱିତୀୟ ଟେଷ୍ଟ । ଏହି ମ୍ୟାରେ ଅଷ୍ଟେଲିଆ ପ୍ରଥମେ ଟସ୍ ଜିତି ବ୍ୟାଟିଂ କରିବାର ନିଷ୍ପତି ନେଇଥିଲା । ତେବେ ଅଷ୍ଟେଲିଆ ପ୍ରଥମେ ବ୍ୟାଟିଂ କରି ୩୨୬ ରନ୍ କରିଥିଲା । ପରେ ବିରାଟ ବାହିନୀ ପଡିଆକୁ ଓହ୍ଲାଇଥିଲେ ମାତ୍ର ୨୮୩ ରନ୍ ରେ ଅଲଆଉଟ ହେବା ସହ ୪୩ ରନରେ ପଛୁଆ ରହିଥିଲେ । ତେବେ ଦ୍ୱିତୀୟ ଇନିଂସରେ ଅଷ୍ଟେଲିଆ ଭାରତୀୟ ବୋଲରଙ୍କ ବୋଲିଂ ଆଗରେ ୨୪୩ ରନରେ ମୁଣ୍ଡ ନୁଆଁଇଥିଲା । ପରେ୨୮୭ ରନର ବିଜୟ ଲକ୍ଷକୁ ପିଛା କରି ବିରାଟ ବାହିନୀ ଅଷ୍ଟେଲିଆ ବୋଲରଙ୍କ ବୋଲିଂ ଆଗରେ ମାତ୍ର ୧୪୦ ରନରେ ମୁଣ୍ଡ ନୁଆଁଇଥିଲା । ତେବେ ଭାରତ ଏହି ମ୍ୟାଚର ପରାଜୟ ପରେ ସିରିଜ ୧-୧ରେ ବରାବର ହୋଇଛି । ଡିସେମ୍ବର ୨୬ରେ ଏହି ସରିଜର ତୃତୀୟ ମ୍ୟାଚ ମେଲବର୍ଣ୍ଣରେ ଖେଳାଯିବ ।