Home ରାଜ୍ୟ ଦୋଷୀକୁ ଗିରଫ ଦାବିରେ ରାସ୍ତା ରୋକ !

ଦୋଷୀକୁ ଗିରଫ ଦାବିରେ ରାସ୍ତା ରୋକ !


ଗଞ୍ଜାମ ; ଦୋଷୀକୁ ଗିରଫ ଦାବିରେ ଗଞ୍ଜାମ ଆଠଗପାଟଣା ରାସ୍ତା ରୋକ । ଗତ ୨୪ ତାରିଖରେ ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଅର୍ଜ୍ଜୁନପାଲି ଗାଁ ଛକରେ ଆଠଗପାଟଣାର କବିର ସେଠୀଙ୍କୁ ଆକ୍ରମଣ କରାଯାଇଥିଲା । କିନ୍ତୁ ଗତକାଲି ବ୍ରହ୍ମପୁର ମେଡିକାଲରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । ତେବେ ପରିବାର ଏବଂ ଗ୍ରାମବାସୀଙ୍କ ପକ୍ଷରୁ ଦୋଷୀକୁ ଗିରଫ ଦାବିରେ ମୃତଦେହକୁ ଆଠଗପାଟଣା ମୁଖ୍ୟ ସଡକରେ ରଖି ଟାୟାର ଜାଳି ରାସ୍ତା ରୋକ କରାଯାଇଥିଲା । ଯାହାଫଳରେ ବହୁ ସମୟ ଧରି ଆସିକା ଭୁବନେଶ୍ୱର ଗାଡି ଚଳାଚଳ ବନ୍ଦ ହୋଇଯାଇଥିଲା । ପରେ ପୋଲିସ ପ୍ରଶାସନ ପହଞ୍ଚି ଲୋକଙ୍କୁ ବୁଝା ସୁଝା କରିବା ପରେ ରାସ୍ତା ଅବରୋଧ ହଟିଥିଲା । କିନ୍ତୁ ପରିବାର ଏବଂ ଗ୍ରାମବାସୀଙ୍କ ତରଫରୁ ଯଥାଶୀଘ୍ର ଦୋଷୀଙ୍କୁ ଗିରଫ ପାଇଁ ଦାବି କରାଯାଇଛି ।