Home ରାଜ୍ୟ ଦେଉଳହୁଡି ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀ ବିଷାକ୍ତ ଫଳ ଖାଇ ଅସୁସ୍ଥ, ୨ ଜଣ ଗୁରୁତର !

ଦେଉଳହୁଡି ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀ ବିଷାକ୍ତ ଫଳ ଖାଇ ଅସୁସ୍ଥ, ୨ ଜଣ ଗୁରୁତର !

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ସିଂହବିଲା ନିକଟରେ ଅଘଟଣ । ତେବେ ବିଷାକ୍ତ ଫଳ ଖାଇ ଦେଉଳହୁଡି ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀ ଅସୁସ୍ଥ ହୋଇପଡିଥିବା ଜଣାପଡିଛି । ସେମାନଙ୍କ ମଧ୍ୟରୁ ୨ଜଣଙ୍କ ଅବସ୍ଥା ଗୁରୁତର ଅଛି । ସୂଚନା ମୁତାବକ, ଦେଉଳହୁଡି ପ୍ରାଥମିକ ବିଦ୍ୟାଳୟର ପ୍ରଥମରୁ ପଞ୍ଚମ ଶ୍ରେଣୀର ଛାତ୍ରଛାତ୍ରୀ ସ୍କୁଲ ଆସିବା ପୂର୍ବରୁ ରାସ୍ତାରେ ବିଷାକ୍ତ ଫଳ ଖାଇ ସ୍କୁଲକୁ ଆସିଥିଲେ। ଫଳରେ ପାଠପଢା ସମୟରେ କିଛି ଛାତ୍ର ବାନ୍ତି କରିଥିଲେ । ଏହାପରେ ଗୁରୁତର ହୋଇପଡିଥିଲେ । ତେବେ ସେମାନଙ୍କୁ ତୁରନ୍ତ ଅସୁସ୍ଥ ଅବସ୍ଥାରେ ହରିଚନ୍ଦନପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯିବା ସହ ସ୍କୁଲର ପ୍ରଧାନଶିକ୍ଷକ ସିଆରସିସିଙ୍କୁ ଖବର ଦେଇଥିଲେ ।ସେପଟେ ଚିକିତ୍ସା ପରେ ଛାତ୍ରଛାତ୍ରୀଙ୍କ ଅବସ୍ଥା ସ୍ଥିର ଥିବା ଜଣାପଡିଛି ।