Home ରାଜ୍ୟ ଦୁର୍ବୁତ୍ତଙ୍କ ଚୋରି କରିବାର ନୂଆ ତରିକା , ହାତ ଶିରା କାଟି ଲୁଟି ନେଲେ ୧୨...

ଦୁର୍ବୁତ୍ତଙ୍କ ଚୋରି କରିବାର ନୂଆ ତରିକା , ହାତ ଶିରା କାଟି ଲୁଟି ନେଲେ ୧୨ ହଜାର ଟଙ୍କା !


ବାଲେଶ୍ୱର ; ଭେନ କାଟି ଲୁଟିନେଲେ ଦୁର୍ବୁତ୍ତ । ବାଲେଶ୍ୱର ଜିଲ୍ଲା ସୋର ଅଞ୍ଚଳରେ ବ୍ୟବସାୟୀଙ୍କୁ ଆକ୍ରମଣ କରି ହାତ ଶିରା କାଟିବା ସହ ୧୨ ହଜାର ଟଙ୍କା ଲୁଟ୍ । ଲୁଟର ଶିକାର ହୋଇଥିବା ଯୁବ ବ୍ୟବସାୟୀ ଜଣକ ବାହାନଗା ଇଚ୍ଛାପୁର ଗ୍ରାମ ବାରିକପୁରର ରାଜେନ୍ଦ୍ର ମଳିକ । ରାଜେନ୍ଦ୍ର ଜଣେ ଚାର୍ଟ ବ୍ୟବସାୟୀ । ଗତକାଲି ରାତି ପ୍ରାୟ ୮ଟା ରେ ରାଜେନ୍ଦ୍ର ୧୬ନଂ ଜାତୀୟ ରାଜପଥ ବାରିକପୁରରେ ଥିବା ନିଜର ଚାର୍ଟ ଦୋକାନ ବନ୍ଦ କରି ଘରକୁ ଫେରୁଥିବା ସମୟରେ ଲୁଟର ଶିକାର ହୋଇଥିଲେ ।ଦୁର୍ବୁତ୍ତମାନେ ଦୁଇଟି ପଲସର ଓ ଗ୍ଲାମର ଯୋଗେ ଆସି ରାଜେନ୍ଦ୍ରଙ୍କୁ ଆକ୍ରମଣ କରିଥିଲେ । ତାଙ୍କ ଗୋଡ ହାତକୁ ବାଡେଇବା ସହ ତାଙ୍କ ହାତ ଶିରାକୁ କାଟି ଦେଇଥିଲେ ଏବଂ ତାଙ୍କଠୁ ୧୨ ହଜାର ଟଙ୍କା ଲୁଟିନେଇଥିଲେ । ପରେ ରାଜେନ୍ଦ୍ରଙ୍କ ସ୍ତ୍ରୀ ଓ ଭାଇ ତାଙ୍କୁ ଗୁରୁତର ଅବସ୍ଥାରେ ଆମ୍ବୁଲାନ୍ସ ଯୋଗେ ସୋର ହସ୍ପିଟାଲରେ ଭର୍ତ୍ତି କରିଥିଲେ ।