Home ଦେଶ- ବିଦେଶ ଦୀର୍ଘ ୬ବର୍ଷ ପରେ ପାକିସ୍ତାନ ଜେଲରୁ ମୁକ୍ତ ହେଲେ ପ୍ରେମ ପାଗଳ !

ଦୀର୍ଘ ୬ବର୍ଷ ପରେ ପାକିସ୍ତାନ ଜେଲରୁ ମୁକ୍ତ ହେଲେ ପ୍ରେମ ପାଗଳ !


ଭୁବନେଶ୍ୱର : କଥାରେ ଅଛି ଭଲପାଇବା ଗୋଟେ ଏମିତି ରୋଗ ଯେ ଦୁନିଆ ସହ ଲଢିବାକୁ ଡରେ ନାହଁ । ଏପରି ଏକ ଘଟଣା ଘଟିଛି ଜଣେ ଭାରତୀୟଙ୍କ ସହିତ । ସେ ଦୀର୍ଘ ୬ବର୍ଷ ଧରି ପ୍ରେମ ପାଇଁ ପାକିସ୍ତାନ ପେସୱାର କେନ୍ଦ୍ରୀୟ ଜେଲରେ ବନ୍ଦୀ ରହିଥିଲେ । କିନ୍ତୁ ଆଜି ସେ ବନ୍ଦୀଶାଳାରୁ ମୁକ୍ତ ହୋଇଯାଇଛନ୍ତି । ସେ ହେଉଛନ୍ତି ହମିଦ ନେହାଲ ଅନସାରି ଫେସବୁକ୍ ଜରିଆରେ ଏକ ପାକିସ୍ତାନୀ ଯୁବତୀଙ୍କ ସହ ପ୍ରେମରେ ପଡିଯାଇଥିଲେ । ପରେ ତାଙ୍କ ପ୍ରେମୀକାଙ୍କୁ( ପାକିସ୍ତାନୀ ଯୁବତୀ) ଦେଖା କରିବା ଲାଗି ସେ ନକଲି ପାକିସ୍ତାନୀ ପରିଚୟ ପତ୍ର ଧରି ଆଫଗାନୀସ୍ତାନ ବାଟ ଦେଇ ପାକିସ୍ତାନରେ ପ୍ରବେଶ କରିଥିଲେ । ସୂଚନା ଅନୁଯାଇ ନଭେମ୍ବର ୨୦୧୨ ରେ ପାକିସ୍ତାନକୁ ପ୍ରବେଶ କରିଥିଲେ । ତାଙ୍କୁ ୨୦୧୨ରେ ଅବୈଧ ରୂପେ ପାକିସ୍ତାନରେ ଅନୁପ୍ରବେଶ କରିଥିବା ଅପରାଧରେ ଗିରଫ କରିଥିଲେ । ପରେ ତାଙ୍କୁ ସୈନ୍ୟ ଅଦାଲତ ନକଲି ପରିଚୟ ପତ୍ର ରଖିବାକୁ ନେଇ ୨୦୧୫ ଡିସେମ୍ବରରେ ୩ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରିଥିଲେ । ଅନସାରୀଙ୍କୁ ମୁକେଳେଇବା ଲାଗି ଭାରତ ସରକାର ୯୫ ଥର ପାକିସ୍ତାନ ସରକାରଙ୍କୁ ପତ୍ର ଲେଖିଥିଲେ ।