Home ରାଜ୍ୟ ଦିଦି ଖାଇଗଲେ ଛୁଆଙ୍କ ଖାଦ୍ୟ !

ଦିଦି ଖାଇଗଲେ ଛୁଆଙ୍କ ଖାଦ୍ୟ !


କଳାହାଣ୍ଡି ; କଳାହାଣ୍ଡିରେ ଅଙ୍ଗନବାଡି ଦିଦି ଛୁଆଙ୍କ ଖାଦ୍ୟ ଖାଇ ଯାଇଥିବା ଅଭିଯୋଗ । ଛୋଟ ଛୋଟ ଛୁଆଙ୍କ ପାଇଁ ଆସୁଥିବା ଖାଦ୍ୟକୁ ଛୁଆଙ୍କୁ ନଦେଇ ଅଙ୍ଗବାଡି ଦିଦି ନିଜେ ଖାଦ୍ୟ ହଡପ କରିଥିବା ଅଭିଯୋଗ ହୋଇଛି । ଏଭଳି ଏକ ଘଟଣା ଘଟିଛି କଳାହାଣ୍ଡି ଜୟପାଟଣା ବ୍ଲକ ପାଇକକେନ୍ଦୁମୁଣ୍ଡି ଗ୍ରାମପଞ୍ଚାୟତର ଗଣ୍ଡମୁଣ୍ଡା ଗ୍ରାମରେ ଥିବା ଅଙ୍ଗନବାଡି କେନ୍ଦ୍ରରେ । ଅଭିଯୋଗ ଅନୁସାରେ ଆଜିକୁ ପ୍ରାୟ ୧୫ ଦିନ ହେବ ଅଙ୍ଗନବାଡିରେ ଛୁଆଙ୍କୁ ରନ୍ଧା ଖାଦ୍ୟ ଦିଆଯାଇନାହିଁ । ଅଙ୍ଗନ ବାଡି ଦିଦି ୧୫ ଦିନରେ ଥରେ କେନ୍ଦ୍ରକୁ ବୁଲିବାକୁ ଆସନ୍ତି । ପିଲାଙ୍କ ପାଇଁ ଆସୁଥିବା ସମସ୍ତ ଖାଦ୍ୟ ହଡପ କରି ଖାନ୍ତି , ଆଉ ଲୋକେ ପଚାରିଲେ ଚାଉଳ ଆସିନି ମୁଁ କଣ ଘରୁ ଆଣି ଦେବି ବୋଲି କୁହନ୍ତି । ତେବେ ସତ୍ୟସତ ଜାଣିବା ପାଇଁ ଆମ ଗଣମାଧ୍ୟମ ପ୍ରତିନିଧି କେନ୍ଦ୍ରରେ ପହଞ୍ôଚଥିଲୁ କିନ୍ତୁ ପାଚିକା ପିଲାମାନଙ୍କୁ ବସାଇ ଥିବାବେଳେ ଅଙ୍ଗନବାଡି ଦିଦି ସାବିତ୍ରୀ ମାଝୀ ଅନୁପସ୍ଥିତ ଥିଲେ । ତେବେ ବର୍ତ୍ତମାନ ଗ୍ରାମବାସୀଙ୍କର ସନ୍ଦେହ ଯେ ଅଙ୍ଗନବାଡି ଦିଦି କାହାର ଛତ୍ରଛାୟା ତଳେ ରହି ଏପରି ଅମାନୁଷିକ କାର୍ଯ୍ୟକରି ଛୋଟ ଛୋଟ ଛୁଆଙ୍କ ଖାଦ୍ୟ ହଡପ କରୁଛନ୍ତି ନା କେହି ସରକାରୀ ବାବୁ ବି ତାଙ୍କ ସହ ସାମିଲ ଅଛନ୍ତି । ତେବେ ଅଙ୍ଗନବାଡି ଦିଦିଙ୍କୁ ତୁରନ୍ତ ଚାକିରିରୁ ନିଲମ୍ବିତ କରାଯାଉ ଏବଂ ନୂତନ ଅଙ୍ଗନବାଡି ଦିଦି ନିଯୁକ୍ତ କରାଯାଉ ବୋଲି ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି ।