Home ରାଜନୀତି ଦିଦିଙ୍କ ଗଡ଼ରେ ବିଜେପି କରିବ ରଥଯାତ୍ରା !

ଦିଦିଙ୍କ ଗଡ଼ରେ ବିଜେପି କରିବ ରଥଯାତ୍ରା !


କଲିକତା; ପଶ୍ଚିମବଙ୍ଗରେ ବିଜେପି ରଥଯାତ୍ରା କାର୍ଯ୍ୟକ୍ରମ ପ୍ରସଙ୍ଗରେ ଭିନ୍ନ ମୋଡ଼ ନେଇଛି । ପୂର୍ବରୁ ବିଜେପିର ରଥଯାତ୍ରା କାର୍ଯ୍ୟକ୍ରମକୁ ରୋକ ଦେବା ପାଇଁ ଦିଦି ସରକାର ଉଦ୍ୟମ କରିଥିଲେ । କିନ୍ତୁ ଏହି ଉଦ୍ୟମକୁ ଶକ୍ତ ଧକ୍କା ଲାଗିଛି । ଆଜି ପଶ୍ଚିମବଙ୍ଗ ହାଇକୋର୍ଟ ବିଜେପିକୁ ବଙ୍ଗରେ ୩ଟି ରଥଯାତ୍ରା କରିବାକୁ ଅନୁମତି ଦିଆଯାଇଛି । ଏହି କାର୍ଯ୍ୟକ୍ରମକୁ ସରକାର ସୁରକ୍ଷା ଦେବାକୁ କୋର୍ଟ ନିର୍ଦ୍ଧେଶ ଦେଇଛନ୍ତି । ଏହି ରଥଯାତ୍ରା ଡ଼ିସେମ୍ବର ୨୨,୨୪ ଓ ୨୬ ତାରିଖରେ କୁଚ ବେହାର, ଚବିଶ ପ୍ରଗଣା ଓ ବୀରଭୂମ ଜିଲ୍ଲାରେ ଅନୁଷ୍ଠିତ ହେବ । ପୂର୍ବରୁ ରଥଯାତ୍ରା ପାଇଁ ସରକାରଙ୍କ ଅନୁମତି ଲୋଡ଼ିଥିଲା, କିନ୍ତୁ ସରକାର ଦଙ୍ଗା ସୃଷ୍ଟି ଆଳ ଦେଖାଇ ଏହାକୁ ଅନୁମତି ଦେଇନଥିଲେ । ଯାହାକୁ ନେଇ ବିଜେପି କୋର୍ଟର ଦ୍ୱାରସ୍ଥ ହୋଇଥିଲା । ସେହିପରି ଯଦି ରଥଯାତ୍ରା ବେଳେ କୌଣସି ଅଘଟଣ ହୁଏ ବା କିଛି ଧନ ସମ୍ପତି ନଷ୍ଟ ହୁଏ, ଏଥିପାଇଁ ବିଜେପି ଦାୟୀ ରହିବାକୁ କୋର୍ଟ ଚେତାବନୀ ଦେଇଛି ।