Home ରାଜ୍ୟ ଢେଙ୍କାନାଳ ଜିଲ୍ଲା ସଦର ରୋଞ୍ଜ କମଳାଙ୍ଗ ଗାଁରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ୭ ହାତୀ...

ଢେଙ୍କାନାଳ ଜିଲ୍ଲା ସଦର ରୋଞ୍ଜ କମଳାଙ୍ଗ ଗାଁରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ୭ ହାତୀ ମୃତ୍ୟୁ ଘଟଣା !


ଭୁବନେଶ୍ୱର: ମାରିଦେଲା ଟଙ୍କା ଦେଇ ଚାଲିଗଲା । ଢେଙ୍କାନାଳ ଜିଲ୍ଲା ସଦର ରୋଞ୍ଜ କମଳାଙ୍ଗ ଗାଁରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ୭ ହାତୀ ମୃତ୍ୟୁ ଘଟଣା । ଗତକାଲି ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ ବିଦ୍ୟୁତ କମ୍ପାନି ସେସୁକୁ ୪ କୋଟି ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । କମ୍ପାନିର ଏପରି ଖାମଖିଆଲି କାର୍ଯ୍ୟ ପାଇଁ କେତେବେଳେ ମଣିଷ ତ ଆଉ କେତେବେଳେ ଜଙ୍ଗଲି ଜୀବଙ୍କ ଜୀବନ ଯାଉଛି । ଏପରି ସରଳ ସାଧା ଉପାୟରେ ରାଜ୍ୟର ଜନଗଣଙ୍କୁ ଜ୍ମୃସ୍ ଆଦର୍ଶ ଗୋଏଲ ବୁଝାଇ ଦେଇଛନ୍ତି । ଏହି ଜରିମାନା ଅର୍ଥକୁ ବନ ବିଭାଗ ମାଧ୍ୟମରେ ଜଙ୍ଗଲି ଜୀବଜନ୍ତୁଙ୍କ ସୁରକ୍ଷା ପାଇଁ ଖର୍ଚ୍ଚ ହେବା ନେଇ ନିର୍ଦ୍ଦେଶ ଦେଇଛନ୍ତି । ଅନ୍ୟପଟେ ରାଜ୍ୟର ସାଧାରଣ ମଣିଷ ଜଙ୍ଗଲରୁ ଯଦି ଜାଳେଣି କାଠଟିଏ ନେଉଥିବା ବେଳେ ବିଭାଗର ଦଣ୍ଡ ନକହିବା ଭଲ । ଏହିପରି ଭାବରେ ବନ ବିଭାଗର ନିୟମ ସାଧାରଣ ମଣିଷ ପାଇଁ ନିୟମ ଅତି କୋଠର ହେଉଥିବା ବେଳେ ସରକାରଙ୍କ କମ୍ପାନୀ ପ୍ରୀତି ସାଧାରଣରେ ଚର୍ଚ୍ଚା ସୃଷ୍ଟି କରିଛି । ଏହାସହ ବନ ବିଭାଗ, ବିଦ୍ୟୁତ କମ୍ପାନୀ, ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ ମଧ୍ୟରେ ସଲାସୁତରା ହୋଇ ଅସାଂଧୁ ମେଂଟ ଏବେ ବାଟରେ ପଡ଼ି ଘାଟରେ ଗଡ଼ୁଥିବା ଦେଖିବାକୁ ମିଳିଛି ।