Home ରାଜ୍ୟ ଡିସେମ୍ବର ୧ରୁ ସାହିତ୍ୟ ଅକାଦେମିର ବିଭିନ୍ନ କାର୍ଯ୍ୟକ୍ରମ

ଡିସେମ୍ବର ୧ରୁ ସାହିତ୍ୟ ଅକାଦେମିର ବିଭିନ୍ନ କାର୍ଯ୍ୟକ୍ରମ

266

ଭୁବନେଶ୍ବର : କେନ୍ଦ୍ର ସାହିତ୍ୟ ଅକାଦେମି ତରଫରୁ ଆସନ୍ତା ଡିସେମ୍ବର ୧ ତାରିଖରୁ ତିନିଟି ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଯାଉଛି। ୧ ତାରିଖ ଅପରାହ୍‌ଣ ୫ଟାରେ ରାଜ୍ୟ ଅଭିଲେଖାଗାର ସମ୍ମିଳନୀ କକ୍ଷରେ ‘ଲେଖକଙ୍କ ସହିତ’ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଏଥିରେ ଯୋଗଦେଇ ନିଜ ଜୀବନ ଓ କୃତି ସମ୍ପର୍କରେ ଅଭିବ୍ୟକ୍ତି ପ୍ରଦାନ କରିବେ ବିଶିଷ୍ଟ କବି ପ୍ରମୋଦ କୁମାର ମହାନ୍ତି। ସେହିପରି ୨ ତାରିଖ ସକାଳ ୧୦ ଟାରେ ଜୟଦେବ ଭବନ ପରିସରରେ ଥିବା ଗୀତଗୋବିନ୍ଦ ସଦନରେ ଶ୍ରୀରାମଚନ୍ଦ୍ର ଦାଶ ଜନ୍ମ ଶତବାର୍ଷିକୀ ଆଲୋଚନାଚକ୍ର ଅନୁଷ୍ଠିତ ହେବ। ଏହାକୁ ଉଦ୍‌ଘାଟନ କରିବେ ବିଶିଷ୍ଟ କବି ଓ ଗୀତିକାର ଦେବଦାସ ଛୋଟରାୟ। ସେହିଦିନ ଅପରାହ୍‌ଣ ୪ ଟାରେ ଗୀତଗୋବିନ୍ଦ ସଦନରେ ପୁସ୍ତକ ଉନ୍ମୋଚନ ଉତ୍ସବ ଆୟୋଜିତ ହୋଇଛି। ଏହି ଉତ୍ସବରେ ବିଶିଷ୍ଟ କବି ତଥା ସାହିତ୍ୟ ଅକାଦେମିର ଫେଲୋ ରମାକାନ୍ତ ରଥଙ୍କ କବିତା ପୁସ୍ତକ ‘ସପ୍ତମ ଋତୁ’ର ଇଂରାଜି ସଂସ୍କରଣ ଉନ୍ମୋଚିତ ହେବ। ଏଥିରେ ବିଶିଷ୍ଟ କବି ଓ ଗବେଷକ ହରପ୍ରସାଦ ଦାସ ଏବଂ ଅନୁବାଦିକା ଲିପିପୁଷ୍ପା ନାୟକ ବକ୍ତବ୍ୟ ପ୍ରଦାନ କରିବେ। ଏହି କାର୍ଯ୍ୟକ୍ରମଗୁଡ଼ିକରେ ଲେଖକ ଲେଖିକା, ବୁଦ୍ଧିଜୀବୀ, ଗବେଷକ, ଛାତ୍ରଛାତ୍ରୀ ଓ ସାହିତ୍ୟପ୍ରେମୀମାନେ ଯୋଗ ଦେବା ପାଇଁ ଓଡ଼ିଆ ଉପଦେଷ୍ଟା ପରିଷଦର ସଦସ୍ୟଗଣ ଅନୁରୋଧ କରିଛନ୍ତି।