Home ରାଜ୍ୟ ଡିଆଁ ମାରିଲା ଗ୍ୟାସ ସିଲିଣ୍ଡର ବୋଝେଇ ଟ୍ରକ !

ଡିଆଁ ମାରିଲା ଗ୍ୟାସ ସିଲିଣ୍ଡର ବୋଝେଇ ଟ୍ରକ !

ଉୟୁରଭଞ୍ଜ : ମୟୁରଭଞ୍ଜ ଜିଲା ବିଶୋଇ ଥାନା ନିକଟରେ ଏକ ଗ୍ୟାସ ସିଲିଣ୍ଡର ବୋଝେଇ ଟ୍ରକ ବ୍ରିଜ ତଳକୁ ଡ଼ିଆଁ ମାରିଛି । ଏହି ଘଟଣାରେ ମୃତ୍ୟୁଞ୍ଜୟ ଶ୍ରୀବାସ୍ତ (ଡ୍ରାଇଭର) ଗୁରୁତର ଆହତ ହୋଇଛନ୍ତି । ଗୁରୁତର ଅବସ୍ଥାରେ ପ୍ରଥମେ ମୃତ୍ୟୁଞ୍ଜୟଙ୍କୁ ନିକଟସ୍ଥ ବିଶୋଇ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ପରେ ତାଙ୍କୁ ରଇରଙ୍ଗପୁର ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସୂଚନା ଅନୁଯାଇ ମୃତ୍ୟୁଞ୍ଜୟଙ୍କ ଘର ଜାମସେଦପୁର  ଅଞ୍ଚଳରେ । ସେ ଜାମସେଦପୁରରୁ ବାରିପଦା ଅସୁଥିଲେ । ସେଠାରେ ଟ୍ରକର ଭାରସାମ୍ୟ ହରାଇ ବ୍ରିଜ ତଳକୁ ଖସି ପଡ଼ିଥିଲେ । ସେଠାକାର ଲୋକଙ୍କ କହିବା କଥାକି ବ୍ରିଜରେ ଥିବା ପ୍ରୋଟେକ୍ସନ୍ ୱାଲ ପୂର୍ବରୁ ଭାଙ୍ଗି ଯାଇଛି । ଏହି ଦୁର୍ଘଟଣାର ସୂଚନା ପାଇ ସ୍ଥାନୀୟ ପୁଲିସ୍ ସେଠାରେ ପହଂଚି ତଦନ୍ତ ଆରମ୍ଭ କରିଛି ।