ଯାଜପୁର : ଯାଜପୁର ଜିଲ୍ଲା ଜାରକା ନିକଟସ୍ଥ ବ୍ରାହ୍ମଣୀ ନଦୀ ପୋଲ ନିକଟରେ ଏକ ପର୍ଯ୍ୟଟକ ବସ୍ ଦୁର୍ଘଟଣାଗ୍ରସ୍ତ । ଏହି ବସଟି କୋଲକୋତାରୁ ୫୦ଜଣ ପର୍ଯ୍ୟଟକଙ୍କୁ ନେଇ ପୁରୀ ଅଭିମୁଖେ ଯାଉଥିବା ବେଳେ ଏକ ଟ୍ରକକୁ ପଛ ପଟୁ ଜୋରରେ ଧକ୍କା ଦେଇଥିଲା । ଘଟଣା ସ୍ଥଳରେ ବସ୍ ହେଲପରଙ୍କ ମୃତ୍ୟୁ ଘଟିଥିବା ବେଳେ ବସରେ ଥିବା ୧୫ଜଣ ଯାତ୍ରୀ ଆହାତ ହୋଇଛନ୍ତି । ପୁଲିସ୍ ଓ ଆମ୍ବୁଲାନସ୍ ଏହି ଦୁର୍ଘଟଣାର ସୂଚନା ପାଇ ଘଟଣାସ୍ଥଳରେ ପହଂଚି ଆହତ ଯାତ୍ରୀଙ୍କୁ ଧର୍ମଶାଳା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଇଛନ୍ତି । ତେବେ ପୁଲିସ୍ ଉଭୟ ବସ୍ ଓ ଟ୍ରକକୁ ଜବତ କରି ଘଟଣାର ତଦନ୍ତ ଚଳାଇଛି ।