Home ରାଜ୍ୟ ଜିଲ୍ଲା ମାନ୍ୟତା ଦାବିରେ ଧର୍ମଗଡରେ ୧୨ ଘଣ୍ଟିଆ ଚକାଜାମ

ଜିଲ୍ଲା ମାନ୍ୟତା ଦାବିରେ ଧର୍ମଗଡରେ ୧୨ ଘଣ୍ଟିଆ ଚକାଜାମ

ଜିଲ୍ଲା ମାନ୍ୟତା ଦାବିରେ ଧର୍ମଗଡରେ ୧୨ ଘଣ୍ଟିଆ ଚକାଜାମ । ବିଭିନ୍ନ ରାଜନୈତିକ ଦଳ ସହ ସାଧାରଣ ଜନତା ଙ୍କ ସହମତି କ୍ରମେ ହୋଇଛି ବନ୍ଦ ଡାକରା । ତେବେ ସୂଚନାମୁତାବକ ଦୋକାନବଜାର ସମେତ ସରକାରୀ ତଥା ବେସରକାରୀ ସମସ୍ତ କାର୍ଯ୍ୟାନୁଷ୍ଠାନ ବନ୍ଦ ରଖିବାକୁ ଆନ୍ଦୋଳନକାରୀ ଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।
ଧର୍ମଗଡ ଉପଖଣ୍ଡର ୬ଟି ବ୍ଲକ ରେ ଏହି ବନ୍ଦପାଳନ କରାଯାଉଛି । ଯେବେଯାଏଁ ଦାବି ପୁରଣ ନ ହେଇଛି ସେବେ ଯାଏଁ ଏହି ଆନ୍ଦୋଳନ ଚାଲିବ ବୋଲି ଆନ୍ଦୋଳନକାରୀ ସୁଚନା ଦେଇଛନ୍ତି ।