Home ରାଜ୍ୟ ଜିରୋ ନାଇଟରେ ଝୁମିଲେ ରାଜ୍ୟବାସୀ ; ନୂଆବର୍ଷକୁ ଏପରି କଲେ ସ୍ୱାଗତ!

ଜିରୋ ନାଇଟରେ ଝୁମିଲେ ରାଜ୍ୟବାସୀ ; ନୂଆବର୍ଷକୁ ଏପରି କଲେ ସ୍ୱାଗତ!


ଭୁବନେଶ୍ୱର ; ନୂଆ ଆଶା, ନୂଆ ସ୍ୱପ୍ନ,ନୂଆ ସମ୍ଭାବନା ନେଇ ଆସିଛି ଇଂରାଜୀ ନୂଆ ବର୍ଷ ୨୦୧୯ । ପୁରୁଣା ବର୍ଷ ୨୦୧୮କୁ ମନରୁ ପାସୋରି ବେସ ଧୁମ ଧାମ୍ ରେ ନୂତନ ବର୍ଷକୁ ସ୍ୱାଗତ ଜଣାଇଛନ୍ତି ବିଶ୍ୱବାସୀ । ଆଉ ଏଥିରୁ ବାଦ୍ ପଡିନି ଓଡିଶା । ଗତ କିଛି ବର୍ଷର ଟ୍ରେଣ୍ଡ ଅନୁସାରେ ଏ ବର୍ଷବି ବେଶ ଆନନ୍ଦର ସହ ଜିରୋ ନାଇଟ ସେଲିବ୍ରେସନ କରି ଖୁସି ମନାଇଛନ୍ତି ରାଜ୍ୟବାସୀ । ଏଥିପାଇଁ କଟକ ,ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ସହରରେ ବିଶେଷ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ବିଭିନ୍ନ କ୍ଲବ,ହୋଟେଲ ଏବଂ ପବ୍ ରେ ନାଚି ଗାଇ ଏବଂ ଘଣ୍ଟାରେ ୧୨ଟା ବାଜିବା ପର୍ଯ୍ୟନ୍ତ ଅପେକ୍ଷା କରି କେକ କାଟି ନୂତନ ବର୍ଷକୁ ସ୍ୱାଗତ କରିଛନ୍ତି ରାଜ୍ୟବାସୀ । ପିଲାଠୁ ବୁଢା ସମସ୍ତେ ମସଗୁଲ ଥିଲେ ଜିରୋ ନାଇଟ ସେଲିବ୍ରେସନରେ ।
ସେହିପରି ନୂଆବର୍ଷକୁ ନିଆରା ଢଙ୍ଗରେ ପାଳିଛନ୍ତି ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଏବଂ ମାନସ ସାହୁ । ମାନଓ ସାରା ବିଶ୍ୱରେ ଶାନ୍ତି ବଜାୟ ରଖିବା ପାଇଁ ସପ୍ତ ଶଯ୍ୟା ତିଆରି କରିଥିବାବେଳେ ସୁଦର୍ଶନ ପରିବେଶ ସୁରକ୍ଷା ନେଇ ମହାପ୍ରଭୁ ଶୀଜଗନ୍ନାଥଙ୍କ ପ୍ରତିମୂର୍ତ୍ତି ନିର୍ମାଣ କରିଛନ୍ତି ।