Home ଦେଶ- ବିଦେଶ ଜାମ୍ମୁକାଶ୍ମୀରରେ ଆଜିଠୁ ଲାଗୁ ହେଲା ରାଷ୍ଟ୍ରପତି ଶାସନ

ଜାମ୍ମୁକାଶ୍ମୀରରେ ଆଜିଠୁ ଲାଗୁ ହେଲା ରାଷ୍ଟ୍ରପତି ଶାସନ


ଭୁବନେଶ୍ୱର : କେନ୍ଦ୍ର କ୍ୟାବିନେଟ୍ ରାଷ୍ଟ୍ରପତି ଶାସନ ପ୍ରସ୍ତାବକୁ ମଞ୍ଜୁର ପରେ ଆଜି ଠାରୁ ଜାମୁକାଶ୍ମୀରରେ ରାଷ୍ଟ୍ରପତି ଶାସନ ଲାଗୁ ହୋଇଛି । ଚଳିତ ବର୍ଷ ଜୁନରେ ଜାମ୍ମୁକାଶ୍ମୀରରେ ପିଡିପି-ବିଜେପି ମେଣ୍ଯ ସରକାରରୁ ବିଜେପି ଓହରି ଯିବା ପରେ ସରକାର ଭାଙ୍ଗି ଯାଇଥିଲା । ଏହାପରେ ଜାମ୍ମୁକାଶ୍ମୀରର ରାଜ୍ୟପାଳ ସତ୍ୟପାଲ୍ ମଲିକ ୬ମାସ ଧରି ଶାସନ କରିଥିଲେ । କିନ୍ତୁ ବର୍ତ୍ତମାନ ଏହି ରାଜ୍ୟପାଳ ଶାସନ ସରିଯାଇଛି । ଆଜି ଠାରୁ ୬ ମାସ ପର୍ଯ୍ୟନ୍ତ ରାଷ୍ଟ୍ରପତି ଶାସନ ଲାଗୁ ହେବ । ଏହି ୬ ମାସ ମଧ୍ୟରେ ରାଜ୍ୟରେ ନିର୍ବଚନ ଘୋଷଣା ହୋଇପାରେ । ଯଦି ୬ ମାସ ରାଷ୍ଟ୍ରପତି ଶାସନ ସମୟରେ ନିର୍ବଚନ ନହୁଏ ନେବେ ଆଉ ୬ ମାସ ବୃଦ୍ଧି କରାଯିବ । ତେବେ ଏହି ପ୍ରସ୍ତାବକୁ ଆଜି ରାଷ୍ଟ୍ରପତି ମଞ୍ଜୁର ଦେଇଛନ୍ତି ।