
ୱାଶିଂଟନ୍ : ଆମେରିକାର ୪୧ ତମ ରାଷ୍ଟ୍ରପତି ଜର୍ଜ ଏଚଡବ୍ଲ୍ୟୁ ବୁଶ ଆଉ ନାହାନ୍ତି । ହୋଷ୍ଟନରେ ତାଙ୍କର ଦେହାନ୍ତ ହୋଇଥିବା ଜଣାପଡିଛି । ମୃତ୍ୟୁ ବେଳକୁ ତାଙ୍କୁ ୯୪ ବର୍ଷ ବୟସ ହୋଇଥିଲା । ଆରମେରିକା ସମୟ ଅନୁଯାଇ ରାତି ୧୦.୧୦ରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତ । ୧୯୨୪ ମସିହା ଜୁନ୍ ୧୨ରେ ଜନ୍ମ ଗ୍ରହଣ କରିଥିବା ବୁଶ ୧୯୬୪ରେ ରାଜନୀତିରେ ପ୍ରବେଶ କରିଥିଲେ । ୧୯୮୦ରେ ସେ ରାଷ୍ଟ୍ରପତି ନିର୍ବାଚନ ପାଇଁ ଲଢ଼େଇ କରିଥିଲେ ହେଁ ପରାସ୍ତ ହୋଇଥିଲେ। ସେ ୧୯୮୧ରୁ ୧୯୮୯ ଯାଏ ଆମେରିକାର ଉପ ରାଷ୍ଟ୍ରପତି ଭାବେ କାର୍ଯ୍ୟ କରିଥିଲେ। ସେ ୧୯୮୯ ଜାନୁଆରୀ ୨୦ରୁ ୧୯୯୩ ଜାନୁଆରୀ ୨୦ ପର୍ୟ୍ୟନ୍ତ ଆମେରିକାର ରାଷ୍ଟ୍ରପତି ରହିଥିଲେ । କିନ୍ତୁ୧୯୯୨ରେ ଦେଶରେ ନୂଆ ଟିକସ୍ ବ୍ୟବସ୍ଥା ପ୍ରଣୟନ କରିବାରୁ ତାଙ୍କୁ ଜୋରଦାର ବରୋଧ କରାଯାଇଥିଲା। ଏଥିପାଇଁ ସେ ଦ୍ୱିତୀୟ ଥର ଆମେରିକା ଶାସନ ଦଖଲ କରିବାରେ ଅସମର୍ଥ ହୋଇଥିଲେ।