Home ଦେଶ- ବିଦେଶ ଜମ୍ମୁ କାଶ୍ମୀରରେ ଏନକାଉଣ୍ଟର !

ଜମ୍ମୁ କାଶ୍ମୀରରେ ଏନକାଉଣ୍ଟର !

ଜମ୍ମୁକାଶ୍ମୀର : ଜମ୍ମୁକାଶ୍ମୀର ପୁଲୱାମା ଜିଲ୍ଲାର ଖାରପୁରାରେ ସେନା ଓ ଆତଙ୍କବାଦୀଙ୍କ ଭିତରେ ଗୁଳିବିନିମୟ ହୋଇଛି । ସେନାଙ୍କ ଏନକାଉଣ୍ଟରରେ ହିଜବୁଲ ମୁହାହିଦ୍ଦିନ ସଂଗଠନର ଆତଙ୍କବାଦୀ ଜହୁର ଠୋକର ସମେତ ୩ଜଣ ନିହତ ହୋଇଛନ୍ତି । ଜହୁର ଠୋକର ୧୭୩ ଟେରିଟୋରିଆଲ ଆର୍ମିର ସଦସ୍ୟ ଥିଲେ ସେ ୨୦୧୬ରେ ସର୍ଭିସ ରାଇଫଲ ନେଇ ଫେରାର ହୋଇଯାଇଥିଲେ । ଏହି ଏନକାଉଣ୍ଟର ସମୟରେ ଜଣେ ଯବାନ ମଧ୍ୟ ସହୀଦ ହୋଇଥିବା ବେଳେ ୨ଜଣ ଆହତ ହୋଇଛନ୍ତି । ସୂଚନା ଅନୁଯାଇ ଖାରପୁରାରେ ଆତଙ୍କବାଦୀମାନେ ଲୁଛି ରହିଥିବାର ଜଣା ପଡ଼ିଥିଲା । ସେନା ଏହି ଖବର ପାଇବା ମାତ୍ରେ ସମ୍ପୃକ୍ତ ଅଂଚଳକୁ ଘେରାଉ କରିବା ସହ ସର୍ଚ୍ଚ ଅପେରସନ ଆରମ୍ଭ କରିଥିଲେ । ତା’ ପରେ ଆରମ୍ଭ ହୋଇଥିଲା ସେନା ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ । ଆତଙ୍କବାଦୀଙ୍କ ସହ ସେନାର ଗୁଳିବିନିମୟ ଚାଲିଥିବାବେଳେ ଜଣେ ସ୍ଥାନୀୟ ଯୁବକଙ୍କ ଦେହରେ ଗୁଳି ବାଜିଥିଲା । ତେବେ ଏହାକୁ ନେଇ ସ୍ଥାନୀୟ ଅଂଚଳରେ ଉତେଜନା ଲାଗି ରହିଛି ।