Home ଦେଶ- ବିଦେଶ ଜମ୍ମୁ-କଶ୍ମୀରର ପୁଲୱାମାରେ ସୁରକ୍ଷାବଳ ଓ ଆତଙ୍କବାଦୀଙ୍କ ମୁହାଁମୁହିଁ , ୩ ଆତଙ୍କବାଦୀ ଏବଂ ୬ ନାଗରିକ...

ଜମ୍ମୁ-କଶ୍ମୀରର ପୁଲୱାମାରେ ସୁରକ୍ଷାବଳ ଓ ଆତଙ୍କବାଦୀଙ୍କ ମୁହାଁମୁହିଁ , ୩ ଆତଙ୍କବାଦୀ ଏବଂ ୬ ନାଗରିକ ମୃତ , ଜଣେ ଯବାନ ସହିଦ ।

287


ଜମ୍ମୁ-କଶ୍ମୀର ; ଜମ୍ମୁ-କଶ୍ମୀରର ପୁଲୱାମା ଜିଲ୍ଲାରେ ପୁଣି ସୁରକ୍ଷାବଳ ଓ ଆତଙ୍କବାଦୀ ମୁହାଁମୁହିଁ ଫଳରେ ୩ ଆତଙ୍କବାଦୀ ମୃତ ଏବଂ ଜଣେ ଯବାନ ସହିଦ ହୋଇଛନ୍ତି । ଏହା ସହ ୬ ନାଗରିଙ୍କର ମଧ୍ୟ ମୃତ୍ୟୁ ହୋଇଛି ।
ପୋଲିସ ସୂଚନା ମୁତାବକ ଶନିବାର ସୁରକ୍ଷାବଳଙ୍କୁ ଆତଙ୍କବାଦୀଙ୍କ ସୁରାକ୍ ମିଳିବା ପରେ ସେମାନେ ସିରନୁ ଗାଁରେ ସନ୍ଧାନ ଅଭିଯାନ ଆରମ୍ଭ କରିଦେଇଥିଲେ ତେବେ ସେହି ସମୟରେ ଅଚାନକ ତାଙ୍କ ଉପରକୁ ଆତଙ୍କବାଦୀ ଗୁଳି ଚଳାଇବା ଆରମ୍ଭ କରିଦେଇଥିଲେ । ଘଟଣାସ୍ଥଳରେ ସୁରକ୍ଷାବଳ ଓ ଆତଙ୍କବାଦୀଙ୍କ ମୁହାଁମୁହିଁ ଫଳରେ ୨ ଜଣ ଯୁବକ ଆମିର ଅହମଦ ଓ ଆବିଦ ହୁସେନ୍ ଆହତ ହୋଇଥିଲେ । ମେଡିକାଲରେ ସେମାନଙ୍କୁ ମୃତ ଘୋଷଣା କରିଦିଆଗଲା । ଅନ୍ୟ ୪ ଜଣଙ୍କ ଚିକିତ୍ସା ସମୟରେ ସେମାନେ ପ୍ରାଣ ହରାଇଛନ୍ତି । ତେବେ ମୃତ ଆତଙ୍କବୀଦଙ୍କ ପରିଚୟ ମିଳିପାରିନାହିଁ । ପ୍ରଶାସନ ପୁଲୱାମାରେ ମୋବାଇଲ ସେବା ବନ୍ଦ କରିଦେଇଛି ଏବଂ ଜମ୍ମୁ ଅଞ୍ଚଳ, କଶ୍ମୀର ଘାଟୀ ଓ ବନିହାଲ ସହର ମଧ୍ୟରେ ରେଳ ସେବା ବନ୍ଦ କରିଦିଆଯାଇଛି ।