ବାଲେଶ୍ୱର: ଚୋରୀ ଅଭିଯୋଗରେ ନାବାଳକକୁ ନିର୍ମମ ଭବେ ପିଟିଲେ ଦୋକାନୀ । ଏପରି ଅମାନୁଷିକ ଭାବେ ଦୋକାନୀ ନାବାଳକୁ ମାରୁଥିବା ବେଳେ ଦର୍ଶକ ପାଲଟିଲେ ଶହ ଶହ ଲୋକ । ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ଷ୍ଟେସନ ବଜାରରେ ଏପରି ଲୋମଟାଙ୍କୁରା ଘଟଣା ଦେଖିବାକୁ ମିଳିଛି । ନାବାଳକଟି ଷ୍ଟେସନାରୀ ଦୋକାନରେ କେହି ନଥିବା ବେଳେ ଚୋରି କରୁଥିଲା । ଯାହକୁ ଦୋକାନୀ କାବୁ କରିବା ସହ ଏକ ଖୁଂଟରେ ବାନ୍ଧି ନିର୍ମମ ଭାବେ ମାରିଥିଲେ । ଘଟଣାସ୍ଥଳରେ ପୋଲିସ ପହଂଚି ନାବାଳକୁ ଉଦ୍ଧାର କରିଥିଲେ । ଯାହାକୁ ନେଇ ସାରା ଅଂଚଳରେ ଚର୍ଚ୍ଚା ଆଲୋଚନା ଲାଗି ରହିଛି ।