Home ରାଜ୍ୟ ଚିଲିକା ପରେ ନନ୍ଦନକାନନରେ ବାର୍ଡ ଫ୍ଲୁ ର ଭୟ !

ଚିଲିକା ପରେ ନନ୍ଦନକାନନରେ ବାର୍ଡ ଫ୍ଲୁ ର ଭୟ !


ଭୁବନେଶ୍ୱର : ନନ୍ଦନକାନନରେ ବାର୍ଡ ଫ୍ଲୁ ଆତଙ୍କ । ନନ୍ଦନକାନନର ପ୍ରାଣୀ ଉଦ୍ୟାନ ନିକଟସ୍ଥ ଅଞ୍ଚଳରେ କାଉ ମରି ପଡିଥିବାର ଦେଖାଯାଇଛି । ସୂଚନା ମୁତାବକ ଦାରୁଠେଙ୍ଗ, ନନ୍ଦନକାନନ ବସଷ୍ଟାଣ୍ଡ, ବରଛକ ଆଦି ସ୍ଥାନରେ କାଉ କରି ପଡିଥବବାର ଦେଖିବାକୁ ମିଳିଛି । ତେବେ ଏଠାରେ କାଉ ଗୁଡିକ କେଉଁ କାରଣରୁ ମରିପଡିଛନ୍ତି ତାହା ଏବେ ସ୍ପଷ୍ଟ ହୋଇନାହିଁ । ନନ୍ଦନକାନନରେ ବହୁ ସଂଖ୍ୟାରେ ପକ୍ଷୀ ରହୁଥିବାରୁ ତାଙ୍କ ସୁରକ୍ଷା ନିମନ୍ତେ କର୍ତୃପକ୍ଷ ପ୍ରତିକାର ବ୍ୟବସ୍ଥା ଗ୍ରହଣ କରିବା ଜରୁରୀ ହୋଇପଡ଼ିଛି । ଯଦି ପକ୍ଷି ବାର୍ଡ ଫ୍ଲୁ କାରଣରୁ ମରିଥାଆନ୍ତି, ତେବ ଏହା ଅନେକ ସ୍ଥାନକୁ ବ୍ୟାପିବାର ମଧ୍ୟ ସମ୍ଭାବନା ରହିଛି । ଏହାର ତଦନ୍ତ ହେବାର ଆବଶ୍ୱକତା ରହିଛି ବୋଲି ନନ୍ଦନକାନନ ବିଭାଗ ପକ୍ଷରୁ ଦାବୀ ହୋଇଛି ।