Home ଦେଶ- ବିଦେଶ ଚତୁର ହତ୍ୟାକାରୀ ବାପା !

ଚତୁର ହତ୍ୟାକାରୀ ବାପା !

ଇନ୍ଦୋର ; ବାପା ସାଜିଲା ହତ୍ୟାକାରୀ । ନିଜ ଝିଅର ତଣ୍ଟି ଚିପି ହତ୍ୟା କଲା ପରେ ବି ମନ ବୁଝିଲାନି ସ୍ତ୍ରୀ ଉପରକୁ ବି କଲା ମରଣାତ୍ମକ ଆକ୍ରମଣ । ଆଉ ଶେଷରେ ନିଜେ ପିଇଦେଲା ବିଷ । ଏପରି ଏକ ଜଘନ୍ୟ ଘଟଣା ଘଟିଛି ଇନ୍ଦୋରର ପରଦେଶୀପୁରା ଫିରୋଜ ଗାନ୍ଧୀ ନଗରରେ । ଆଉ ଅଭିଯୁକ୍ତ ଜଣକ ହେଉଛି ଗାନ୍ଧୀନଗରର ବବଲେଶ ଅହିରୱାର ।
ସୂଚନାନୁସାରେ, ବବଲେଶ ୮ମାସ ପୂର୍ବରୁ କାମର ସନ୍ଧାନରେ ଗୁନାରୁ ଇନ୍ଦୋର ଆସିଥିଲେ । ସେ ଏକ ରିଗଲ ତିରାହାରେ ଟାୱାରରେ ପାର୍କିଙ୍ଗ କର୍ମଚାରୀ ଅଛନ୍ତି । ସେ ଅନେକ ଦିନରୁ ନିଜର ୨୦ବର୍ଷୀୟ ଝିଅ, ରାନୀର ବିବାହକୁ ନେଇ ଚିନ୍ତିତ ଥିଲେ , କାହିଁକିନା ସେ ଝିଅର ବିବାହ ଖର୍ଚ୍ଚ ଉଠାଇବାକୁ ଅକ୍ଷମ ଥିଲେ । ଏହା ସହିତ ତାଙ୍କୁ ତାଙ୍କ ପତ୍ନୀଙ୍କ ଚରିତ୍ର ଉପରେ ମଧ୍ୟ ସନ୍ଦେହ ଥିଲା ।
ତେବେ କିଛି ଦିନ ପୂର୍ବରୁ ବବଲେଶ କାମରୁ ଫେରିବା ପରେ ଝିଅକୁ ଘରେ ଏକୁଟିଆ ଦେଖି ବହୁତ ପିଟିଲେ ଓ ଗଳା ଚିପି ତାର ହତ୍ୟା କରିଦେଲେ । ହତ୍ୟା ପରେ ଶବକୁ ପାଣି ରଖାଯାଉଥିବା ଡ୍ରମ ଭିତରେ ଲୁଚାଇଦେଲେ ଓ ତା’ ଉପରେ ରେଜେଇ-ଗଦା ରଖିଦେଲେ । ଯେତେବେଳେ ପତ୍ନୀ କାମରୁ ଫେରିଲେ, ତାଙ୍କୁ ମଧ୍ୟ ଟାଙ୍ଗିଆରେ ଆକ୍ରମଣ କରି ବିଷ ପିଆଇବାକୁ ଉଦ୍ୟମ କଲେ । କିନ୍ତୁ ଏହି ମଧ୍ୟରେ ତାଙ୍କର ୧୮ ବର୍ଷୀୟ ପୁଅ ଆସିଗଲା । ପୁଅକୁ ଦେଖି ବବଲେଶ ନିଜେ ବିଷ ପିଇଦେଲେ ।
ତେବେ ୨ ଦିନ ପରେ ଯେତେବେଳେ ବବଲେଶ ଅଚେତ ଅବସ୍ଥାରୁ ଫେରିଲେ, ସେତେବେଳେ ସେ ଜଣାଇଲେ କି, ଝିଅର ହତ୍ୟା ସେ କରିସାରିଛନ୍ତି ।