Home ଦେଶ- ବିଦେଶ ଘାଟିରୁ ଖସିଲା ସ୍କୁଲ ବସ୍, ଡ୍ରାଇଭର ସହ ୬ଛାତ୍ରଛାତ୍ରୀ ମୃତ୍ୟୁ

ଘାଟିରୁ ଖସିଲା ସ୍କୁଲ ବସ୍, ଡ୍ରାଇଭର ସହ ୬ଛାତ୍ରଛାତ୍ରୀ ମୃତ୍ୟୁ

ଭୁବନେଶ୍ୱର : ହିମାଚଳପ୍ରଦେଶ ସିରମାରୁ ଜିଲ୍ଲାରେ ଦୁର୍ଘଟଣା । ଛାତ୍ରଛାତ୍ରୀ ପୂର୍ଣ୍ଣ ଏକ ସ୍କୁଲ ବସ୍ ଭାରସାମ୍ୟ ହରାଇ ଏକ ଘାଟି ତଳକୁ ଖସି ପଡିଛି । ଏଥିରେ ବସ୍ ହ୍ରାଇଭର ସମେତ ୬ଜଣ ଛାତ୍ରଛାତ୍ରୀଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି । ସାନୀୟ ଲୋକ ଓ ପୁଲିସ୍ ଆହାତ ଛାତ୍ରଛାତ୍ରୀଙ୍କୁ ଉଦ୍ଧାର କରି ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଛନ୍ତି । ତେବେ କିଛି ଛାତ୍ରଛାତ୍ରୀଙ୍କ ଅବସ୍ତା ଗୁରୁତର ଥିବାରୁ ତାଙ୍କୁ ନାହନ ମେଡ଼ିକାଲ କଲେଜକୁ ପଠାଯାଇଛି । ସେଠାକାର ଡାକ୍ତରମାନେ ପିଲାମାନଙ୍କର ଉପଯୁକ୍ତ ଚିକିତ୍ସା କରୁଛନ୍ତି । ଏହି ଘଟଣାର ଖବର ପାଇ ହିମାଚଳ ପ୍ରଦେଶର ବିଧାନସଭା ଅଧକ୍ଷ୍ୟ ଡ. ରାଜିବ ବିଂଦଲ ନାହାନ ମେଡିକାଲରେ ପହଁଞ୍ଚି ପିଲାଙ୍କ ସ୍ୱାସ୍ଥ୍ର‌୍ୟ କତା ପଚାରି ବୁଝିଥିଲେ ।