Home ରାଜ୍ୟ ଘରୁ ବାହାର କରାଇ ଦେବନି ଶୀତ !

ଘରୁ ବାହାର କରାଇ ଦେବନି ଶୀତ !


ଭୁବନେଶ୍ୱର : ଆଗାମୀ ତିନିଦିନ ଧରି ଜାଡରେ ଥରିବ ଉତ୍ତର ଓ ଆଭ୍ୟନ୍ତରୀଣ ଓଡିଶା । ମୟୁରଭଞ୍ଜ, ବାଲେଶ୍ୱର, ସୁନ୍ଦରଗଡ଼,କେନ୍ଦୁଝର, ଅନୁଗୁଳ,ଭଦ୍ରକ ଆଦି ଜିଲ୍ଲାରେ ରାତ୍ରି ସମୟରେ ଅତ୍ୟଧିକ ଥଣ୍ଡା ଅନୁଭବ ହେବ । ଘରୁ ବାହାରକ ବାହାର କରାଇ ଦେବନି ଜାଡ । ପାଣିପାଗ ବିଶେଷଜ୍ଞଙ୍କ କହିବାଅନୁଯାଇ ଦକ୍ଷିଣ ଓଡ଼ିଶା ଦାରିଙ୍ଗବାଡିରେ ସର୍ବନିମ୍ନ ପାରଦ ରେକର୍ଡ ଭାଙ୍ଗି ପାରେ । ଏନେଇ ତୁଷାର ପାତ ବି ହୋଇପାରେ । ଅଧିକାାଂ ସହରରେ ପାରଦ ୫ ଡିଗ୍ରୀ ପାଖକୁ ଖସି ୟବ ବୋଲି ଅନୁମାନ କରାଯାଉଛି । । ଭୁବନେଶ୍ବର, କଟକ, କେନ୍ଦ୍ରାପଡ଼ା, ନୟାଗଡ଼, ଢେଙ୍କାନାଳ, ଯାଜପୁର ପ୍ରଭୃତି ସ୍ଥାନରେ ଦେହ ଥରାଇଲା ଭଳି ଥଣ୍ଡା ଲାଗିରହିବ । ଡିସେମ୍ବର ୨୯ରୁ ୩୧ ଯାଏ ହାଡ଼ଭଙ୍ଗା ଶୀତ ହେବାକୁ ଥିବାରୁ ଓଡ଼ିଶା ପ୍ରଶାସନକୁ ସଜାଗ କରିଛି ଭାରତୀୟ ପାଣିପାଗ ବିଭାଗ।