Home ରାଜ୍ୟ ଗୁହାରୀ ପରେ ଶୁଣିଲାନି ପ୍ରଶାସନ; ଟ୍ରାଫିକ୍ ସମସ୍ୟା ପାଇଁ ପୁଣି ସଡ଼କ ଦୁର୍ଘଟଣା, ଜଣେ ମୃତ...

ଗୁହାରୀ ପରେ ଶୁଣିଲାନି ପ୍ରଶାସନ; ଟ୍ରାଫିକ୍ ସମସ୍ୟା ପାଇଁ ପୁଣି ସଡ଼କ ଦୁର୍ଘଟଣା, ଜଣେ ମୃତ !


ବଲାଙ୍ଗିର: ଦୁର୍ଘଟଣା ନିଆଁ ଜାଳିଦେଲା । ଗତକାଲି ବଲାଙ୍ଗିର ସହର ମହାଦେବ ମନ୍ଦିର ନିକଟରେ ଏକ ଟ୍ରକ୍ ଦୃତଗତିରେ ଆସି ମାଡ଼ି ଯିବାରୁ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ଦୁର୍ଘଟଣାରେ ମୃତ ଯୁବକଙ୍କ ଘର ଗାନ୍ଧିନଗର ପଡାର ଗୋପାଳ ମିଶ୍ର ହୋଇଥିବା ଜଣାପଡ଼ିଛି । ଗତକାଲି ବଜାରୁ ବାଇକ୍ ଯୋଗେ ନିଜ ଘରକୁ ଫେରିବା ବାଟରେ ଏହି ଦୁର୍ଘଟଣା ହୋଇଥିଲା । ଯାହାକୁ ନେଇ ସାରା ରାତି ସହରରେ ଉତେଜନା ଲାଗି ରହିବାସହ ପୋଡ଼ାଜଳା ହୋଇଛି । ଏହାସହ ସ୍ଥାନୀୟ ଲୋକ ରାସ୍ତା ଅବରୋଧ କରିବା ସହ ଘଟଣାସ୍ଥଳରେ ଦୁଇଟି ଟ୍ରକ୍ ଜାଳି ଦେଇଛନ୍ତି । ଅନ୍ୟପଟେ ସହରରେ ଟ୍ରାପିକ୍ ସମସ୍ୟା ସମାଧାନ ପାଇଁ ବହୁ ଦିନରୁ ବାଇପାସ କରିବା ପାଇଁ ସହରବାସୀ ଆନ୍ଦୋଳନ କରୁଥିଲେ ମଧ୍ୟ ପ୍ରଶାସନ ନିକଟରୁ ଖାଲି ପ୍ରତିଶ୍ରୁତି ମିଳିଛି । ଯାହାର ପରିଣାମ ଆଜି ବାରମ୍ବାର ସଡ଼କ ଦୁର୍ଘଟଣା ହେବାସହ ଜନ ଜୀବନ ହାନୀ ଘଟୁଛି । ଅପରପକ୍ଷେ ବାଇପାସ ନିର୍ମାଣ ଓ ମୃତ ଯୁବକର ପରିବାରକୁ କ୍ଷତିପୂରଣ ଦାବିରେ ସ୍ଥାନୀୟଲୋକ ବରଗଡ଼ ଓ ଖୋର୍ଦ୍ଧା ବଲାଙ୍ଗିର ଜାତୀୟ ରାଜପଥକୁ ଅବରୋଧ କରିଛନ୍ତି । ଯାହା ଫଳରେ ଗାଡ଼ି ଚଳାଚଳ ଓ ଯାତାୟତ ଠପ୍ ହେବା ସହ ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି । ଯଦି ପ୍ରଶାସନ ତୁରନ୍ତ ଦାବିକୁ କାର୍ଯ୍ୟକାରୀ ନକରନ୍ତି ତେବେ ଆନ୍ଦୋଳନ ଚାଲୁରଖିବା ପାଇଁ ଚେତାବନୀ ଦେଇଛନ୍ତି ।