Home ରାଜ୍ୟ ଗୁଳିକରି ମାରିଦେଲେ ଗଜରାଜଙ୍କୁ !

ଗୁଳିକରି ମାରିଦେଲେ ଗଜରାଜଙ୍କୁ !


ଗଞ୍ଜାମ ; ପୁଣି ଗଜରାଜଙ୍କ ମୃତ୍ୟୁ । ରାସ୍ତା କଡରେ ଏକ କେନାଲ ହୁଡାରେ ପଡିରହିଛି ଦନ୍ତା ହାତୀର ମୃତ ଦେହ । ହାତୀର ମୃତ୍ୟୁ କୌଣସି କାରଣ ବସତ ନୁହେଁ ବରଂ ଜାଣିଶୁଣି ହାତୀକୁ ଗୁଳି ମରାଯାଇ ହତ୍ୟା କରାଯାଇଥିବା ସନ୍ଦେହ ସୃଷ୍ଟି ହୋଇଛି । ଏଭଳି ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଳକ ଅନ୍ତର୍ଗତ ନିମଖଣ୍ଡି ପେଣ୍ଠ ମେଘଝୋଳି ଗାଁରେ । ଦିଗ ପହଣ୍ଡି ଅଞ୍ଚଳରେ ଦୀର୍ଘ ଦିନରୁ ହାତୀକୁ ନେଇ ଲୋକମାନଙ୍କର ଅନେକ ସମସ୍ୟା ହେଉଥିଲା । ତେବେ ଏହି କାରଣ ନେଇ ହାତୀକୁ ଗୁଳିକରିଥିବା ସନ୍ଦେହ କରାଯାଉଛି । ତେବେ ସ୍ଥାନୀୟ ଲୋକଙ୍କ ଖବର ପାଇବା ପରେ ଘଟଣା ସ୍ଥଳରେ ବନବିଭାଗ ଏବଂ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।